ସବ୍ ଆସିଷ୍ଟାଣ୍ଟ ଅଡିଟର ଜେନେରାଲଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ: ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋପରେଟିଭ୍ ସୋସାଇଟିର ସବ୍ ଆସିଷ୍ଟାଣ୍ଟ ଅଡିଟର ଜେନେରାଲ ରାମ କୃଷ୍ଣ କରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଭାବେ ଚଢାଉ କରାଯାଇଛି। ମୁକୁନ୍ଦପ୍ରସାଦରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଖୋର୍ଦ୍ଧା ଜେମାଦେଇପୁରରେ ଥିବା ଘର ଏବଂ ନୟାଗଡ ରାମଚନ୍ଦ୍ରପୁରରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି।

Comments are closed.