ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ : ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଶନିବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଶୁକ୍ରବାର ତାଙ୍କ ସରକାରୀ ଗାଡିରୁ ୧ଲକ୍ଷ ୧୧ହଜାର ଟଙ୍କା ଜବତ ହୋଇଥିଲା। ଏହାକୁ ନେଇ ପୁଲିସ ତାଙ୍କୁ ପଚାରଉଚରା କରିବାରୁ ସେ ସନ୍ତୋଷଜନକ ଜବାବ ଦେଇପାରିନଥିଲେ । ଏହା ପରେ ପୁରୀସ୍ଥିତ ସରକାରୀ ବାସଭବନ ସମେତ ସାଲେପୁରସ୍ଥିତ ପୈତୃକ ଘର ଓ ରାଜଧାନୀର ଏକ ଘରେ ଭିଜିଲାନ୍ସ ଚଢଉ କରିଥିଲା । ଚଢଉ ସମୟରେ ତାଙ୍କ ନିକଟରେ ୮୦ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡିଥିଲା।  ଏହାର ସଠିକ୍ ହିସାବ ମଧ୍ୟ ସେ ଦେଇ ନ ପାରିନଥିଲେ । ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

Comments are closed.