ଭିଜିଲାନ୍ସ ଜାଲରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ

0

ଝାରସୁଗୁଡା : ଭିଜିଲାନ୍ସ ହାତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଧରାପଡିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉଷାରାଣୀ ଦାସ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହସ୍ପିଟାଲରେ ସିଭିଲ କାମର ବିଲ ପାସ୍ କରାଇବା ପାଇଁ ଦେବାନନ୍ଦ ବାରିକଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଦେବାନନ୍ଦ ଝାରସୁଗୁଡା ଭିଜିଲାନ୍ସ ଟିମକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଉଷାରାଣୀ ସଦର ହସ୍ପିଟାଲରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

Leave A Reply