ଭିଜିଲାନ୍ସ ଜାଲରେ ଲକ୍ଷପତି ଅଧ୍ୟାପକଙ୍କ ସହ କୋଟିପତି ଫାର୍ମାସିଷ୍ଟ

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଣେ ଲକ୍ଷପତି ଅଧ୍ୟାପକ ଏବଂ ଅନ୍ୟଜଣେ କୋଟିପତି ଫାର୍ମାସିଷ୍ଟ ଧରାପଡିଛନ୍ତି । ନିମାପଡା ମହାବିଦ୍ୟାଳୟର ଜିଓଲୋଜି ବିଭାଗର ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଧ୍ୟାପକ ମାନସ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ସହ ତାଙ୍କ ନାମରେ ବିଭିନ୍ନ ଦୁର୍ନିତି ଅଭିଯୋଗ ଥିବାରୁ ଗିରଫ ପରେ ଭିଜିଲାନ୍ସ ଅଧ୍ୟାପକ ମାନସଙ୍କ ଘରେ ଚଢଉ କରିଥିଲା । ଚଢଉ ବେ​‌ଳେ ତାଙ୍କ ଘରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତି ଜବତ ହୋଇଛି ।

ସେହିପରି ବାରିପଦାର ଜଣେ କୋଟିପତି ଫାର୍ମାସିଷ୍ଟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଏକ ଡାକ୍ତରଖାନାର ଫାର୍ମାସିଷ୍ଟ ସନ୍ଦୀପ ପତିଙ୍କ ଘରେ ଭିଜିଲାନ୍ସ ଶୁକ୍ରବାର ସକାଳେ ଚଢଉ କରିଛି । ଚଢ଼ଉ ବେଳେ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ୍‌ ପାସବୁକ୍ ସବୁ ଜବତ କରାଯାଇଛି । ଖବର ଲେଖା ହେବା ବେଳକୁ ଚଢଉ ଜାରି ରହିଛି।

Leave A Reply