ଭିଜିଲାନ୍ସ ଜାଲରେ ବିଶ୍ରାର ବିଡିଓ

0

ରାଉରକେଲା : ଭିଜିଲାନ୍ସ ହାତରେ ରାଉରକେଲା ବିଶ୍ରା ବ୍ଲକର ବିଡିଓ ଧରାପଡିଛନ୍ତି। ବିଡିଓଙ୍କ ନାମ ପ୍ରଶାନ୍ତ କୁମାର ରାଉତ। ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ଝିରପାଣି ପଞ୍ଚାୟତର ଇ.ଓ ପି.କେ.ଜେନାଙ୍କ ଠାରୁ ଶ୍ରୀ ରାଉତ ୧୧ଲକ୍ଷ ୫୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।  ମଙ୍ଗଳବାର ଅପରାହ୍ନ ପ୍ରାୟ ୨.୩୦ମିନିଟରେ ସେ ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ନିକଟରୁ ୩୫ଟି ୨୦୦୦ଟଙ୍କାର ନୋଟ, ୬୦ଟି ୫୦୦ଟଙ୍କା ନୋଟ ଜବତ ହୋଇଛି। ତାଙ୍କ ଅଫିସରେ ବର୍ତ୍ତମାନ ପର୍ଯ୍ୟନ୍ତ ଛାନଭିନ ଜାରି ରହିଛି।

 

 

Leave A Reply