ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ନାଏକଙ୍କ ବାସଭବନ, ଭବାନୀପାଟଣା ଗୋଦାମ ଗୃହ ପଡା, ଥୁଆପଦାର ପଞ୍ଚାୟତ କାର୍ଯ୍ୟାଳୟ ସମେତ ନିଜ ପୈତୃକ ଗାଁ କଲମପୁର ବ୍ଳକ ଭେଳା ଗାଁରେ ଏକାକାଳୀନ ଚଢାଉ ଜାରି ରହିଛି । ନବରଙ୍ଗପୁର ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ରାୟଗଡା ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଭବାନୀପାଟଣା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନା, ଜୟପାଟଣା ଭିଜିଲାନ୍ସ ଇନ୍ସପେକ୍ଟର ବି.କେ ରାୟ ସାମିଲ ଅଛନ୍ତି।

Comments are closed.