ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରମେଶଙ୍କୁ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ବରରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷ ଟଙ୍କାର କୋଠା ଘର , ପୁଡୁଚେରିରେ ମଧ୍ୟ ଏକ ଘର, ୬ ଶହ ଗ୍ରାମର ସୁନା ଓ ରୂପା ରହିଛି।

ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରମେଶ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ତାଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍‌ ଭୁବନେଶ୍ବର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ମଧ୍ୟ ରେଡ୍ ହୋଇଥିଲା।

Comments are closed.