“କମାଣ୍ଡୋ-୩”ର ଟ୍ରେଲର ରିଲିଜ : ୨୯ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର

ମୁମ୍ବଇ : “ବିଦ୍ୟୁତ ଜାମୱାଲ” ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର “କମାଣ୍ଡୋ-୩”ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ସିନେମାଟି ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କମାଣ୍ଡୋ-୨ର ସିକ୍ଵେଲ। ଏନେଇ ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


ରିଲିଜ ହୋଇଥିବା ୨ମିନିଟ ୫୭ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ଜଣାପଡିଛି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନରେ ନିର୍ମିତ ହେଉଥିବା କମାଣ୍ଡୋ-୩ରେ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ବିପୁଲ ଅମୃତଲାଲ ଶାହା ଓ ଆଶିନ ଏ ଶାହା। ଏଥିରେ ଆଦିତ୍ୟ ଦତ୍ତ ନିର୍ଦେଶନା ଦେଇଛନ୍ତି। ମନନ ଶାହାଙ୍କ ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକୁ ସଜାଯାଇଛି। ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଆଦା ଶର୍ମା ଓ ଅଙ୍ଗିରାଧରଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ଆସନ୍ତା ମାସ ନାଭେମ୍ବର ୨୯ତାରିଖରେ ମୁକ୍ତିଲାଭ କରିବ।

Comments are closed.