ଭିଡ଼ିଓକନଠାରୁ ମିଳିଥିବା ଘରେ ରହୁଛନ୍ତି ଆଇସିଆଇସିଆଇ ମାଲିକ

0

ନୂଆଦିଲ୍ଲୀ:ଭିଡ଼ିଓକନ କମ୍ପାନୀକୁ ଦିଆଯାଇ ଥିବା ଋଣ ମାମଲାର ତଦନ୍ତ କରୁଥିବା ଆୟକର ବିଭାଗ ସମ୍ପର୍ତ୍ତି ଆଇସିଆଇସିଆଇ ବ୍ୟାଙ୍କ ମାମଲାରେ ଏକ ବଡ଼ ଖୁଲାସା କରିଛି। ଆଇସିଆଇସିଆଇ ବ୍ୟାଙ୍କ ମାଲିକ ଓ ତାଙ୍କ ପରିବାବବର୍ଗ ରହୁଥିବା ମୁମ୍ବଇସ୍ଥିତ ଘର ତାଙ୍କୁ ଭିଡ଼ିଓକନ କମ୍ପାନୀ ମାଧ୍ୟମରେ ମିଳିଥିବା ଜଣାପଡ଼ିଛି।

ଏହି ମାମଲା ଆୟକର ହାତକୁ ନେବା ପରେ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦ୍ରା କୋଚରଙ୍କୁ ଅନିଦ୍ଦିଷ୍ଟ ସମୟ ପାଇଁ ଛୁଟିରେ ଯିବାକୁ ନିର୍ଦେଶ ଦିଆଯାଇଛି। ନିକଟରେ ଆୟକର ତଦନ୍ତରେ ସାଉଥ ମୁମ୍ବଇସ୍ଥିତ ସିସିଆଇ ଚେମ୍ବର ଆପାର୍ଟମେଣ୍ଟ କିଣିବାକୁ ଆଇସିଆଇସିଆଇକୁ ଭିଡିଓକନ ପରି କମ୍ପାନୀ ସହଯୋଗ କରିଥିବା ପ୍ରମାଣିତ ହୋଇଛି। ଏହି ତଥ୍ୟ ମିଳିବା ପରେ ଭିଡ଼ିଓକନ ଓ ଆଇସିଆଇସିଆଇ ସିଇସ ଚନ୍ଦ୍ରାଙ୍କ ସମ୍ପର୍କର ନିବିଡ଼ତା ପ୍ରମାଣିତ ହୋଇଛି।

ଏହି ଆପାର୍ଟମେଣ୍ଟ କ୍ରିକେଟ କ୍ଲବ ଅଫ ଇଣ୍ଡିଆ ସମ୍ମୁଖରେ ଥିବା ସିସିଆଇ ଆପାଟମେଣ୍ଟରେ ଚନ୍ଦ୍ରା କୋଚର ଓ ତାଙ୍କ ପରିବାରବର୍ଗ ରହୁଛନ୍ତି। ଚର୍ଚଗେଟ ଅଞ୍ଚଳରେ ସ୍ଥିତ ଏହି ଆପାଟମେଣ୍ଟ ଭିଡ଼ିଓକନ ସହ ସମ୍ପୃକ୍ତ ଏକାଧିକ କମ୍ପାନୀ ମାଧ୍ୟରେ ଜଟିଳ ନେଣଦେଣ ମାଧ୍ୟମରେ ଶେଷରେ ଏହା ଆଇସିଆଇସିଆଇ ସିଇଓଙ୍କ ପାଖରେ ପହଞ୍ଚି ଥିଲା।

୨୦୧୨ରେ ଭିଡିଓକନ ଗ୍ରୁପକୁ ଏସବିଆଇ ନେତୃତ୍ୱରେ ନିର୍ମିତ ଏକ ସଂଘରେ ସାମିଲ ହୋଇ ଆଇସିଆଇସିଆଇ ବ୍ୟାଙ୍କ ୩୨୫୦କୋଟି ଟଙ୍କା ଋଣ ମଞ୍ଜୁର କରିଥିଲା। ଏହି ସଂଘରେ ଆଇସିଆଇସିଆଇ ବ୍ୟାଙ୍କ ସମେତ ୨୦ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟ ସାମିଲ ଥିଲେ। ସେମାନେ ମଧ୍ୟ ୪୦ହଜାର କୋଟି ଟଙ୍କା ଋଣ ଭିଡ଼ିଓକନକୁ ପ୍ରଦାନ କରିଥିଲେ। ପରେ ଏହି ଋଣକୁ ଆଇସିଆଇସିଆଇ ବ୍ୟାଙ୍କ ଏନପିଏ (ଋଣ ପରିଶୋଧ କରି ନପାରିବା)ଖାତାକୁ ସ୍ଥାନାନ୍ତର କରି ଦେଇଥିଲେ। ଏହି ମାମଲାର ତଦନ୍ତ ଶେଷରେ ଆୟକର ବିଭାଗ କରୁଛି।

Leave A Reply