ବାଘକୁ ଡରାଉଛି ଭାଲୁ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ବହୁ ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ କୌତୁକ ପ୍ରଦାନ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓଟିରେ ଦେଖାଯାଉଛି ଏକ ଭାଲୁ କିଭଳି ଏକ ବାଘର ପଛେ ପଛେ ଯାଇ ପିଛା କରୁଛି। ଜଣେ ଭାରତୀୟ ବନ୍ୟ ସେବା ଅଧିକାରୀ ଏହି ଭିଡିଓକୁ ସେୟାର କରିଛନ୍ତି। ୨୪ ସେକେଣ୍ଡର ଏହି ଭିଡିଓରେ ବାଘଟିକୁ ଏକ ପୋଖରୀ ନିକଟରେ ଠିଆ ହୋଇଥିବା ଦେଖାଯାଉଛି। ଭାଲୁ ବାଘଟିକୁ ଦେଖିବା ମାତ୍ରେ ନିଜ ଗୋଡ ଆଗକୁ ନେବାକୁ ଲାଗୁଛି। ବାଘଟି ମଧ୍ୟ ଭୟଭୀତ ହେଉଥିବା ଦେଖାଯାଉଛି। ଭାଲୁ ବାଘକୁ ଏପରି ଡରାଇବାକୁ ପ୍ରୟାସ କରିବା ଭିଡିଓ ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି। ଏବେ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

Comments are closed.