ଜ୍ବାଇଁକୁ ଯୌତୁକରେ ଶାଶୁ ଦେଲେ ଏକେ-୪୭ ରାଇଫଲ; ଦେଖନ୍ତୁ ଭାଇରାଲ ଭିଡ଼ିଓ

ଇସଲାମାବାଦ : ପାକିସ୍ତାନରେ ଏକ ବିବାହରେ ଜଣେ ଶାଶୁ ନିଜ ଜ୍ବାଇଁଙ୍କୁ ଏକ ଏକେ-୪୭ ରାଇଫଲ ଯୌତୂକ ଦେଉଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖାଯାଉଛି ଯେ ଏକ ବିବାହରେ ବର ସେଠାରେ ଉପସ୍ଥିତ ଥିବା ଅତିଥିମାନଙ୍କ କରତାଳି ମଧ୍ୟରେ ତାଙ୍କ ଶାଶୁଙ୍କଠାରୁ ରାଇଫଲ ଉପହାର ଗ୍ରହଣ କରିଛନ୍ତି।

ଏହି ଭିଡିଓ ପାକିସ୍ତାନରେ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ । ଏହି ଉପହାର ଦେଖି ବର ଏବଂ ତାଙ୍କ ଶାଶୁ, ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ହସୁଛନ୍ତି। ମହିଳାଙ୍କ ଝିଅ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ମିଳିଥିବା ଉପହାରରେ ବେଶ୍ ଖୁସି ଥିବା ଦେଖାଯାଉଛି ।   ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଉପହାରକୁ ନେଇ କୌଣସି ଆଶ୍ଚର୍ଯ୍ୟ ପ୍ରକଟ କରୁଥିବା ଦେଖାଯାଉନାହିଁ ।

ସାଧାରଣତଃ ଏକେ ୪୭ ରାଇଫଲ ଏକ ବିଧ୍ବଂସକ ଅସ୍ତ୍ର ଭାବରେ ଜଣାଶୁଣା ଓ ଏହାକୁ ସୁରକ୍ଷା କର୍ମୀମାନେ ବ୍ୟବହାର କରିଥାଆନ୍ତି । ଏପରିକି ପାକିସ୍ଥାନରେ କିଛି ସ୍ଥାନରେ ବିବାହରେ ଗୁଳି ଫୁଟାଇବା ଏକ ପରମ୍ପରା ପାଲଟିଛି । କିନ୍ତୁ ଯୌତୂକରେ ଶାଶୁ ନିଜ ଜ୍ବାଇଁଙ୍କୁ ଏକେ ୪୭ ରାଇଫଲ ଦେବା ବୋଧହୁଏ ନୂଆ କଥା ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ସାଉଦି ଆରବର ପ୍ରିନ୍ସ ଫାହାଦ୍ ବିନ୍ ସୁଲତାନ୍ ବିନ୍ ଅବଦୁଲ୍ ଅଜିଜ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ସୁନାରେ ନିର୍ମିତ ଏକେ-୪୭ ଉପହାର ଦେଇଥିଲେ। ମାତ୍ର ଏହା କେବଳ ସୁନା ନିର୍ମିତ ପ୍ରତିକୃତି ଥିଲା । ଏଥିରୁ ଗୁଳି ଚଳାଯାଇ ପାରୁ ନ ଥିଲା ।

Comments are closed.