ଭିଡିଓଗେମ୍ ଖେଳିବା ଭଲ

ବାପା-ମା’ମାନେ ଏବେ ପିଲାଙ୍କ ସ୍କ୍ରିନ୍ ସମୟ କମ୍ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ମୋବାଇଲ୍ ଅଧିକ ସମୟ ଦେଖିବା ହେଉଛି ସ୍କ୍ରିନ୍ ସମୟ। ଆଖି ଓ ମସ୍ତିଷ୍କ ଉପରେ ଏହି ଯନ୍ତ୍ରର ଭଲ ପ୍ରଭାବ ପଡ଼ୁନଥିବାରୁ ପିଲାଙ୍କୁ ଏସବୁରୁ ଦୂରେଇ ରଖିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ସ୍ବିଡେନ୍‌ର କାରୋଲିନସ୍କା ଅନୁଷ୍ଠାନର ଗବେଷକଦଳ ୯ହଜାର ପିଲାଙ୍କୁ ନେଇ ଅନୁଧ୍ୟାନ କରିଥିଲେ। ଗବେଷଣାର ୨ ବର୍ଷ ପରେ ମତାମତ ନିଆଗଲା। ଏହି ସମୟ ମଧ୍ୟରେ କେତେକ ପିଲା ନିୟମିତ ମୋବାଇଲ୍ ଦେଖି ସମୟ କାଟିଥିଲେ, କେତେଜଣ ଟିଭି, କମିକ୍ ବହି ପଢ଼ିଥିଲେ, ଅନ୍ୟ କେତେଜଣ ଭିଡିଓ ଗେମ୍‌‌ ଖେଳିଥିଲେ। ଯେଉଁ ପିଲାମାନେ ଭିଡିଓ ଗେମ୍‌ରେ ଅଧିକ ସମୟ ଦେଇଥିଲେ, ସେମାନଙ୍କ ସ୍ମୃତିଶକ୍ତି ଅନ୍ୟମାନଙ୍କ ତୁଳନାରେ ଖୁବ୍ ପ୍ରଖର ଥିଲା। ପ୍ରାୟ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଭିଡିଓ ଗେମ୍ ଖେଳୁଥିବା ପିଲାମାନଙ୍କର ସ୍ମୃତି ଶକ୍ତି ତୀକ୍ଷ୍ଣ ଥିବାର ବିଶେଷଜ୍ଞ କହିଥିଲେ। କୌଣସି କାମ କରିବାର ଏକ ନିର୍ଦିଷ୍ଟ ସମୟସୀମା ରଖିବା ଉଚିତ। ପ୍ରତିଦିନ କିମ୍ବା ସପ୍ତାହରେ ୨-୩ଦିନ ସ୍ଥିର କରି ଭିଡିଓ ଗେମ୍ ଖେଳିବାକୁ ପିଲାଙ୍କୁ ଉତ୍ସାହିତ କରାଯିବା ଦରକାର ବୋଲି ଗବେଷକ ମୁଖ୍ୟ କହିଛନ୍ତି।

Comments are closed.