ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

0

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁରରେ ହୋଇଥିବା ବଳତ୍କାର ପରେ ହତ୍ୟା ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨୦୧୮ ମାର୍ଚ୍ଚ ୨୧ରେ ନାବାଳିକା ଦାଣ୍ଡରେ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଉଠାଇ ନେଇ କାଜୁ ଜଙ୍ଗଲରେ ବଳାତ୍କାର କରିବା ପରେ ହତ୍ୟା କରିଥିଲା। ଏହି ଘଟଣାରେ ଏଡିଜେ କୋର୍ଟ ୨୫ଜଣ ସାଖୀଙ୍କ ବୟାନ ଆଧାରରେ ଏହି ରାୟ ଶୁଣାଇଛନ୍ତି ।

Leave A Reply