ଭିକି-କ୍ୟାଟ୍ରିନାଙ୍କ ଘନିଷ୍ଠତା

ବଲିଉଡରେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ପ୍ରଶଂସକ, ସମୀକ୍ଷକ ମହଲରେ ଏସବୁକୁ ନେଇ ଜୋର୍ ଚର୍ଚ୍ଚା ଚାଲେ। ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଅଭିନେତା ଭିକି କୌଶଲ୍୍ଙ୍କ ନାମ ଆଜିକାଲି ସୁନ୍ଦରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ଯୋଡ଼ା ଯାଉଛି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରୁନାହାନ୍ତି। ହେଲେ ଭିକିଙ୍କ ବନ୍ଧୁ ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କରନ୍ ଜୋହର୍‌ଙ୍କ ହାଉସ୍‌ ପାର୍ଟିରେ ପ୍ରଥମେ ସେମାନଙ୍କ ବନ୍ଧୁତ୍ବର ଆରମ୍ଭ ହୋଇଥିଲା। ପରେ ନିବିଡ଼ତା ବଢ଼ିଥିଲା, ଦୁହେଁ ଖୁବ୍ ଶୀଘ୍ର ବିବାହ ମଧ୍ୟ କରିପାରନ୍ତି ବୋଲି କୁହାଯାଉଛି। କରନ୍ ଜୋହର୍‌ଙ୍କ ଆଗାମୀ ହରର୍ ଚଳଚ୍ଚିତ୍ରରେ ଦୁହେଁ କାମ କରିବେ ବୋଲି ଶୁଣାଯାଉଛି।

Comments are closed.