ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡିଶାଗସ୍ତରେ ଆସି ଆଜି ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରାଜଭବନ ଯାଇଛନ୍ତି। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ଆଜି ଅପରାହ୍ନରେ କଟକ ସାରଳା ଭବନ ଠାରେ ଆଦି କବି ସାରଳା ଦାସଙ୍କ ଜୟନ୍ତୀରେ ଯୋଗ ଦେବେ। ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ଶ୍ରୀ ନାଇଡୁ ଅପରାହ୍ନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.