ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ଉପ ରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାୟଡୁ

ନୂଆଦିଲ୍ଲୀ : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ଉପ ରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାୟଡୁ । ଓଡ଼ିଶାର ପୂର୍ବତନ ରାଜ୍ୟସଭା ସଦସ୍ୟ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତର ମୁଁ ମର୍ମାହତ ବୋଲି ଶ୍ରୀ ଭେଙ୍କୟା ନାୟଡୁ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ସ୍ୱର୍ଗତ ପଟ୍ଟନାୟକ ଜଣେ ମହାନ ସ୍ୱାଧିନତା ସଂଗ୍ରାମୀ ଥିଲେ ଯିଏକି ପଛୁଆ ବର୍ଗ ଲୋକମାନଙ୍କର କଲ୍ୟାଣରେ ସର୍ବଦା ପ୍ରୟାସରତ ଥିଲେ । ଇଶ୍ୱର ତାଙ୍କର ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଉପ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୯୯ ବର୍ଷ ବୟସ ହୋଇଥିଲା ।

Comments are closed.