ଭୀମଟାଙ୍ଗିବାସୀଙ୍କୁ ପାଣି ଚିନ୍ତା

ଭୁବନେଶ୍ବର: ଭୀମଟାଙ୍ଗିବାସୀଙ୍କୁ ଘାରିଛି ପାଣି ଚିନ୍ତା। ଜନସ୍ବାସ୍ଥ୍ୟ ବିଭାଗ ଠିକ୍ ସମୟରେ ପାଣି ମୁନ୍ଦେ ଦେଉନି। ଅଧଘଣ୍ଟା ପାଣି ଦେଉଛି ବୋଲି ବିଭାଗୀୟ ଅଧିକାରୀ କହୁଥିଲାବେଳେ ଲୋକଙ୍କ ଘରେ ପାଣି ପହଞ୍ଚିବାର ୧୫ ମିନିଟ୍ରେ ବନ୍ଦ ହୋଇଯାଉଛି। ଏ େନଇ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଦୀର୍ଘ ୨୦ବର୍ଷ ସରକାରଙ୍କ ଶାସନ ପରେ ରାଜଧାନୀବାସୀଙ୍କୁ ପାଣିମୁନ୍ଦେ ମିଳିପାରୁନି। ‘ଯାହା ନେଉଛ ନିଅ, ଆମକୁ ପାଣି ଟିକେ ସୁବିଧାରେ ଦିଅେ’ ବାଲି ନିେବଦନ କରିଛନ୍ତି ଭୀମଟାଙ୍ଗି ଅଞ୍ଚଳର ବରିଷ୍ଠ ନାଗରିକ।
ଅନ୍ୟପକ୍ଷରେ ଭୀମଟାଙ୍ଗିରେ ନରାଜରୁ ଆସୁଥିବା ପାଣିକୁ ଜନସ୍ବାସ୍ଥ୍ୟ ବିଭାଗ ଷ୍ଟୋରେଜ୍ କରାଯାଉଥିବାବେଳେ ସେହି ଅଞ୍ଚଳର ଲୋକେ ପାଣି ପାଇଁ ଦହଗଞ୍ଜ ହେଉଛନ୍ତି। ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଭୀମଟାଙ୍ଗିବାସୀଙ୍କୁ ପାଣି ଚିନ୍ତା ମାଡ଼ି ବସେ। ଦୟାୱେଷ୍ଟ କେନାଲରେ ପାଣି ବନ୍ଦ ହୋଇଗଲେ ଅଞ୍ଚଳର କୂଅ, ନଳକୂପ ଓ ପୋଖରୀର ଜଳସ୍ତର କମିଯାଏ। ଫଳରେ ଲୋକେ କେବଳ ପାଇପ୍ ପାଣି ଉପରେ ନିର୍ଭର କରିଥାନ୍ତି। ଏବେ କିନ୍ତୁ ପୁନାମା ଗେଟ୍ଠାରୁ ଲିଙ୍ଗରାଜ ଷ୍ଟେସନ ପର୍ଯ୍ୟନ୍ତ ରହୁଥିବା ଲୋକେ ପାଣିପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏବେ ରାଜଧାନୀରେ ସରକାର ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ବା ସୁଜଳ ଯୋଜନା ଆରମ୍ଭ ହୋଇଛି। ଘରେ ଘରେ ମିଟର ବସାଇ ୨୪ଘଣ୍ଟା ପାଣି ଯୋଗାଇ ଦେବା ବ୍ୟବସ୍ଥା ହେଉଛି। ଏଭଳି ଯୋଜନା ଭୀମଟାଙ୍ଗିବାସୀଙ୍କ ପାଇଁ କେବେ ଲାଗୁ ହେବ ବୋଲି ପଚାରୁଛନ୍ତି।
ସାମନ୍ତରାପୁର ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଈଶ୍ବର ଚନ୍ଦ୍ର ପ୍ରଧାନ କହିଛନ୍ତି, ନରାଜ ମୁଣ୍ଡଳୀରୁ ଏକ ପାଣି ପାଇପ୍ ପୁନାମା ଗେଟ୍ ପର୍ଯ୍ୟନ୍ତ ଆସି ସାରିଛି। ସେଠାରୁ ଭୀମେଶ୍ବର ମନ୍ଦିର ପର୍ଯ୍ୟନ୍ତ ପାଣି ପାଇପ୍ ବିଛାଇବା ଲାଗି ଲେ ଆଉଟ୍ କାର୍ଯ୍ୟ ଚାଲିଛି। ଗତ ଦୁଇ ତିନି ଦିନ ଭିତରେ ଏହି ସମସ୍ୟା ଦୂର ହୋଇଯିବ। ଏବେ ଯେଉଁମାେନ ପାଣି ପାଇ ନାହାନ୍ତି ସେମାନଙ୍କୁ ପାଣି ଦେବା ବ୍ୟବସ୍ଥା ହେଉଛି ବୋଲି ସେ କହିଛନ୍ତି।