୧୮ରୁ ସଂସଦର ଶୀତକାଳୀନ ଅଧିବେଶନ : ୧୭ରେ ଉପରାଷ୍ଟ୍ରପତି ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୮ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୧୭ ତାରିଖ ଦିନ ସର୍ବଦଳୀୟ ବୈଠକ ଡ଼ାକିଥିବା ଜଣାପଡିଛି। ଶୀତକାଳୀନ ଅଧିବେଶନ କିଭଳି ଭାବେ ସଫଳ ହେବ ଓ ଏଥିରେ କେଉଁ କେଉଁ ପ୍ରସଙ୍ଗ ଉଠାଯିବ ସେ ନେଇ ବୈଠକରେ ଆଲୋଚନା ହେବ।
ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ୟ୍ୟନ୍ତ ଚାଲିବ। ଏହା ସଂସଦର ୨୫୦ତମ ଅଧିବେଶନ ହେବ। ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ କରିପାରନ୍ତି।

Comments are closed.