ଜର୍ମାନ ରାଷ୍ଟ୍ରଦୂତଙ୍କୁ ଭେଂଜୁଏଲା ଛାଡି ଚାଲିଯିବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଭେଂଜୁଏଲାରେ ଅବସ୍ଥାପିତ ଜର୍ମାନ ରାଷ୍ଟ୍ରଦୂତ ଡାନିଏଲ କ୍ରେନରଙ୍କୁ ଦେଶ ଛାଡି ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭେଂଜୁଏଲା ସରକାର ଡାନିଏଲଙ୍କୁ ‘ଅବାଂଛିତ ବ୍ୟକ୍ତି’ ଘୋଷଣା କରିବା ସହ ୪୮ ଘଣ୍ଟା ମଧ୍ୟରେ ଦେଶ ପରିତ୍ୟାଗ କରିବାକୁ କୁହାଯାଇଥିବା ଭେଂଜୁଏଲା ବିଦେଶ ମନ୍ତ୍ରୀ ଜର୍ଜ ଅରେଜା ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ ଡାନିଏଲ ବାରମ୍ବାର ତାଙ୍କ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜର୍ମାନ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏକଥା ସ୍ପଷ୍ଟ କରିଛି।

Leave A Reply