ପଶ୍ଚିମବଙ୍ଗ ଚାଲାଣ ବେଳେ ଗୋରୁ ଗାଡ଼ି ଜବତ, ତିନି ଗିରଫ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରାଯାଉଥିବା ଖବର ପାଇ ଶନିବାର ସକାଳେ ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ଚଢ଼ାଉ କରିଥିଲେ। ନୀଳଗିରି ବ୍ଲକ ଚଣ୍ଡୀପୁର ରୁ ଏକ ଟାଟା ଏସିଇ ଗାଡ଼ିରେ ୮ଟି ଗୋରୁଙ୍କୁ ଅମାନୁଷିକ ଭାବେ ଲଦା ହୋଇ ଚାଲାଣ କରା ଯାଉଥିଲା। ଏସଡିପିଓ ଶ୍ରୀ ମହାପାତ୍ର ଚଢ଼ାଉ କରିବା ପରେ ଉକ୍ତ ଗୋରୁଗୁଡିକୁ ନୀଳଗିରି ଥାନା କୁ ଆଣିଛନ୍ତି। ସ୍ଥାନୀୟ ବିଭିଓ ଡ଼ା. ତପନ ଦ୍ୱିବେଦୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।  ଏହି ଗୋରୁ ଚାଲାଣ ଅଭିଯୋଗରେ ରେମୁଣା ଥାନା ଗନିପୁର ଅଞ୍ଚଳର ସେକ ଜ଼ୀଲ୍ଲାୱାଦ, ସେକ ତାଵରାଜ ଏବଂ ସେକ କଲାମଙ୍କୁ ଗିରଫ କରାଯାଇଛି।

Comments are closed.