ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଗାଡି ମୋଟର ଯାଂଚ କଡାକଡି

ଫୁଲବାଣୀ : କନ୍ଧମାଳ-ଗଂଜାମ ସୀମାନ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଗାଡି ମୋଟର ଯାନ ବାହନ କଡାକଡି ଭାବେ ଯାଂଚ କରାଯାଉଛି । କନ୍ଧମାଳ,ଗଜପତି,ରାୟଗଡା ଓ ଗଂଜାମ ଜିଲ୍ଲା ସୀମାନ୍ତରେ ଥିବା ଏହି ଥାନା ଅଂଚଳରେ ବିଭିନ୍ନ ଅଂଚଳରୁ ଲୋକେ ଯାତାୟତ କରିଥାନ୍ତି। କୋଭିଡ୍ କଟକଣା କୁ ଦୃଷ୍ଟିରେ ରଖି ଦଶହରା ପର୍ବ ପାଖଉଥିବାରୁ  ବ୍ରାହ୍ମଣୀଗାଁ ,ଗଦାପୁର ଆଦି ବଜାରରେ ଦିନକୁ ଦିନ ଭିଡ ହେବାରେ ଲାଗିଛି । ଏଥି ସହିତ  ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଡ଼ି ମାନେ ଆଡ୍ଡା ଜମାଉଥିବା ପୁଲିସ୍ ନଜରରେ ଆସିବା ପରେ ଏହି ଯାଂଜ କଡ଼ାକଡ଼ି ଆରମ୍ଭ ହୋଇଛି। ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କ ନିର୍ଦ୍ଦେଶରେ ଏସ୍.ଆଇ ସଂଗ୍ରାମ କେଶରୀ ଜେନା ଓ ପୋଲିସ୍ ବାହୀନି ବିଭିନ୍ନ ଛକ ମାନଙ୍କରେ ଗାଡି ମୋଟର ଯାଂଚ କରିବା ସହିତ ବିଭିନ୍ନ ଗାଡି ଚାଳକଙ୍କ ଠାରୁ ୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମୁନି କହିଛନ୍ତି । ଗତ ୩ ଦିନ ହେଲା ବ୍ରାହ୍ମଣୀଗାଁ ପୁଲିସ୍ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଏହି ଯାଞ୍ଚ ଯୋଗୁଁ ଅମାନିଆଙ୍କ ମଧ୍ୟରେ ଛନକା ପଶି ଯାଇଛି।

Comments are closed.