ଭେଜ୍‍ ସ୍ୟାଣ୍ଡୱିଚ୍‍

ପାଉଁରୁଟି – ୬ଖଣ୍ଡ
ପିଆଜ – ୧ଟି (କଟା ହୋଇଥିବା)
ସିମଲା ଲଙ୍କା – ୧ଟି
ଟମାଟର – ୧ଟି (କଟା ହୋଇଥିବା)
ଚାର୍ଟ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଟମାଟୋ ସସ – ଅଳ୍ପ
ମେଓନିଜ୍‍ – ୧ ଚାମଚ
ତେଲ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପିଆଜ, ଟମାଟୋ, ସିମଲା ଲଙ୍କା, ଟମାଟୋ ସସ, ମେଓନିଜ, ଚାର୍ଟ ମସଲା, ଲୁଣ, ଗୋଲମରିଚ ଗୁଣ୍ଡ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଟିଏ ପାଉଁରୁଟିରେ ଏହି ମିଶ୍ରଣକୁ ରଖି ଏହା ଉପରେ ଅନ୍ୟ ଏକ ପାଉଁରୁଟି ରଖନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ଅଳ୍ପ ତେଲ ଗରମ କରନ୍ତୁ। ଏହାପରେ ପାଉଁରୁଟିକୁ ତାୱାରେ ରଖି ସାମାନ୍ୟ ସେକି ଦିଅନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଭେଜ୍‍ ସ୍ୟାଣ୍ଡୱିଚ୍‍।

Comments are closed.