ସର୍ଗିପାଲିରେ ସୁରେନ୍ଦ୍ର ସାଏ ଜୟନ୍ତୀ

ରେଙ୍ଗାଲି: ବୀର ସୁରେନ୍ଦ୍ର ସାଏ ଯୁବକ ସଂଘ, ସର୍ଗିପାଲି ଦ୍ୱାରା ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୨୪ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବତନ ସଭାପତି ଶ୍ରୀଧର ଧୁରୁଆ ଓ ସଂପାଦକ ସନ୍ତୋଷ ଭୋଇ ତଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଉତ୍ପଳା ଧୁରୁଆ ଜିଲା ପରିଷଦ ସଭ୍ୟା ରେଙ୍ଗାଲି-୨ , ପ୍ରେମାନନ୍ଦ ବ୍ରିନେଦ, ଆଶିଷ ପଣ୍ଡା ପ୍ରମୁଖ ବିପ୍ଲବୀ ବୀର ସୁରେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସଂଗ୍ରାମୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

Comments are closed.