ବେଦାନ୍ତ ସମ୍ମୁଖରେ ୧୪୪ଧାରା ଜାରି

ଭବାନୀପାଟଣା/ଲାଞ୍ଜିଗଡ : ଲଞ୍ଜିଗଡ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖ ଏବଂ ଆଖପାଖରେ ୧୪୪ଧାରା ଜାରି କରାଯାଇଛି। ମାଚ୍ଚ ୧୮ରେ ବେଦାନ୍ତରେ ସ୍ଥାନୀୟ ଛତ୍ରପୁର ଗ୍ରାମବାସୀ ଓ ବେଦାନ୍ତ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ଆନ୍ଦୋଳନକାରୀ ଓ ଜଣେ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ୨୯ଜଣଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗତକାଲି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୀମସାର ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତଦେହ ଲାଞ୍ଜିଗଡକୁ ଫେରିଲେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଭବାନୀପାଟଣା ଏସଡିଜେଏମ୍ ୧୪୪ଧାରା ଜାରି କରିବାକୁ ନିର୍ଦେଶ ଦେଇଛନ୍ତି।

Comments are closed.