ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବିକେ ବଚୱାତ-୨୦୧୮ ସମ୍ମାନ

0

କଟକ : ଇଣ୍ଡିଆନ ଏକାଡେମୀ ଅଫ ନ୍ୟୁରୋସାଇନ୍ସ ଦ୍ୱାରା ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ରୋଙ୍କୁ ଜୀବନବ୍ୟାପୀ ପୁରସ୍କାର ‘ବିକେ ବଚୱାତ-୨୦୧୮’ ପାଇଁ ମନୋନୀତ କରାଯାଇଛି। ସ୍ନାୟୁବିଜ୍ଞାନ କ୍ଷେତ୍ରରେ ପ୍ରଫେସର ପାତ୍ରୋଙ୍କ ଅଦ୍ଭୁତପୁର୍ବ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବର୍ତ୍ତମାନ ପ୍ରଫେସର ପାତ୍ରୋ ଜେଏନୟୁ, ସିଡିଆରଆଇ, ସିସିଏମବି, ଜେୟୁ, ଏନବିଆରସି, ନିମାନ୍ସ ଭଳି ଅନୁଷ୍ଠାନରେ ସ୍ନାୟୁବିଜ୍ଞାନ ବିଭାଗ ପ୍ରକ୍ଳପ ସଂଯୋଜକ ରହିଛନ୍ତି। ଜିୱାଜି ବିଶ୍ୱବିଦ୍ୟାଳୟ ଗ୍ୱାଲିଅର ଭାରତର ପ୍ରଥମ ସ୍ନାୟୁକୋଷ ବିଭାଗ ଭାବେ ମାନ୍ୟତା ପାଇବାରେ ପ୍ରଫେସର ପାତ୍ରୋଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବାପରେ ପ୍ରଫେସର ପାତ୍ରୋଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply