ଭାରତୀୟ କମ୍ପାନୀ ପ୍ରସ୍ତୁତ କଲା ଇକୋଫ୍ରେଣ୍ଡ୍‍ଲି ସୁପର କାର୍‍, ଫରାରି କୁ ଦେବ ଟକ୍କର

0

ନୂଆଦିଲ୍ଲୀ : ‘ଭାଜିିରାନୀ ଅଟୋମେଟେଡ୍’ ନାମକ ଭାରତୀୟ କାର୍‍ କମ୍ପାନୀ ଗୁଡ୍‍ଉଡ୍‍ ଫେଷ୍ଟିଭାଲରେ ନିଜର ପ୍ରଥମ ହାଇପର୍‍ କାର ‘ଭାଜିିରାନୀ ଶୁଲ୍‍’ ବଜାରକୁ ଆଣିଛି। ଯାହା ଫେରାରି କାରକୁ ଟକ୍କର ଦେବ। ଏହି କାରର୍‍ ବିଶେଷତ୍ୱ ହେଉଛି ଏଥିରେ କାର୍ବନ ଫାଇବରର ବ୍ୟବହାର କରାଯାଇଛି। ଯାହାଦ୍ୱାରା ଏହାର ଓଜୋନ ବହୁତ କମ୍‍ ହୋଇଛି, ଏହି କାର ସମ୍ପୂର୍ଣ୍ଣ ଭାବେ ପରିବେଶ ଉପଯୋଗୀ। କାରର୍‍ ବାହାର ଅଂଶକୁ ବହୁତ ଛୋଟ ଏବଂ ଆକର୍ଷିତ କରାଯାଇଛି।
‘ଭାଜିିରାନୀ ଶୁଲ’ କାରର ପ୍ରତ୍ୟେକ ଚକାରେ ଗୋଟିଏ ଇଲେକ୍‍ଟ୍ରିକ୍‍ ମୋଟର ଲଗାଯାଇଛି। ଯାହା ଚକାକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ଘୁରାଇ ବାରେ ସାହାଯ୍ୟ କରିବ। ଏହି ମୋଟର ସିଙ୍ଗଲ ରେସନ୍‍ ଗିଅରବକ୍ସ ଦ୍ୱାରା ଚାଲିଥାଏ। ଏହି କାରକୁ ଡିଜାଇନ୍‍ କରିଛନ୍ତି ‘ଚଙ୍କି ଭାଜିନାରୀ’। ଏହି କାରର ବ୍ୟାଟେରୀର ଓଜୋନ୍‍ ୩୦୦କିଲୋ ଗ୍ରାମ, ଯାହା କାରକୁ ଚାର୍ଜ କରି ଚଲାଇବାର ସକ୍ଷମ ରଖିଥାଏ। କାରର ଅନ୍ୟ ଉପକରଣ ଏବଂ ବିଶେଷତ୍ୱ ବାବଦରେ କୌଣସି ସୂଚନା ମିଳିନାହିଁ। ଏହା ଏକ ହାଇ ସ୍ପିଡ୍‍ କାର ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାର ପ୍ରସ୍ତୁତି ସମୟରେ କାରର ହ୍ୟାଣ୍ଡଲିଙ୍ଗ୍‍ ଏବଂ ବ୍ରେକ ସିଷ୍ଟମ୍‍ ଉପରେ ବିଶେଷ ଧ୍ୟାନ ରଖାଯାଇଥିଲା।
‘ଚଙ୍କି’ ଭାରତର ପ୍ରଥମ ଡିଜାଇନର ଯିଏକି ଜାଗୁଆର, ଲାଣ୍ଡ ରୋଭର ଏବଂ ରୋଲ୍‍ସ ରୋୟସ୍‍ ଭଳି ବଡ କମ୍ପାନୀ ସହିତ କାମ କରି ସାରିଛନ୍ତି। ସେ ଏହି କାରକୁ ଭାରତରେ ପ୍ରସ୍ତୁତ କରିବାକୁ ଚାହୁଛନ୍ତି। ଏବେ ଏହାର କାର୍ଯ୍ୟାଳୟ କାର୍ଲିଫୋନିଆରେ ଅବସ୍ଥିତ।

Leave A Reply