ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟାଜଳ ; ମା’ଙ୍କ ପ୍ରତିମାକୁ କରାଗଲା ସ୍ଥାନାନ୍ତର

କଟକ : ମହାନଦୀରେ ପ୍ରବାହିତ ବନ୍ୟାଜଳ ପ୍ରସିଦ୍ଧ ମହାମାୟା ମା’ଭଟ୍ଟାରିକାଙ୍କ ମନ୍ଦିରରେ ପ୍ରବେଶ କରିଛି। ଫଳରେ ମନ୍ଦିରଟି ଜଳମଗ୍ନ ହୋଇ ରହିଛି। ଗତକାଲି ରାତି ପ୍ରାୟ ୧ଟା ସମୟରେ ମନ୍ଦିରକୁ ଭିତରକୁ ଏହି ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି। ଫଳରେ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜାର୍ଚ୍ଚନା ତଥାନୀତି କାର୍ଯ୍ୟ ପାଇଁ ନିକଟସ୍ଥ ପାହାଡ଼ି ମନ୍ଦିରକୁ ନିଆଯାଇଛି। ସେଠାରେ ସେବକମାନଙ୍କ ଦ୍ୱାରା ଉପଯୁକ୍ତ ରୀତିନୀତିରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ। ଏନେଇ ବଡ଼ମ୍ବାର ତହସିଲଦାର ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.