MEllora 950×100

ଘରେ ଥିଲେ ଏହି ଜିନିଷ , ହେବ ନାହିଁ ଧନର ଅଭାବ

ଅନେକ ଲୋକଙ୍କ ଘରେ ଛୋଟ ଛୋଟ କଥାରେ କଳହ ହେଉଥିବା ଦେଖାଯାଏ । ଘରେ ଅଶାନ୍ତି ଲାଗି ରହିଥାଏ । ଏହାସହ ଦାରିଦ୍ର‌୍ୟତା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । ଏହାସହ ଘରେ ଓ କାର୍ଯ୍ୟସ୍ଥଳ ତିଆରି କରିବା ସମୟରେ କିଛି ସ୍ୱତନ୍ତ୍ର ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍‍ । ତେବେ ଏଭଳି କିଛି ଜିନିଷ ବିଷୟରେ ଜାଣନ୍ତୁ ଯାହା ବାସ୍ତୁ ଦୋଷ ଦୂର କରିବା ସହ ଅନେକ ସମସ୍ୟା ଦୂର କରିଥାଏ । ଅର୍ଥ ଅଭାବ ଦୂର ହୋଇଥାଏ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ଜାଣନ୍ତୁ..
ନଡିଆକୁ ଶ୍ରୀଫଳ କୁହାଯାଏ । ପ୍ରତ୍ୟେକ ଶୁଭକାର୍ଯ୍ୟରେ ଏହାର ବ୍ୟବହାର ହୋଇଥାଏ । ଘରେ ନଡିଆ ରଖିବା ଦ୍ୱାରା ଟଙ୍କାର ଆଦୌ ଅଭାବ ହୋଇନଥାଏ । ଏହାସହ ଏକାକ୍ଷୀ ନଡିଆକୁ କର୍ମକ୍ଷେତ୍ର ଓ ବ୍ୟବସାୟ ସ୍ଥାନରେ ରଖିବା ଦ୍ୱାରା ଉନ୍ନତି ସହ ଧନ ବୃଦ୍ଧି ହୋଇଥାଏ ।
ବାସ୍ତୁ ଅନୁଯାୟୀ, ଯେଉଁ ଘରେ ଧାତୁ କଇଁଛ ରହିଥାଏ, ସେଠାରେ ସୁଖ-ସମୃଦ୍ଧି ସର୍ବଦା ରହିଥାଏ । କଇଁଛକୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । ଏହାକୁ ଘରେ ସର୍ବଦା ଉତ୍ତର ଦିଗରେ ହିଁ ରଖନ୍ତୁ । ଘରେ ସୁଖ-ସମୃଦ୍ଧି ସହ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ । ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ ।
ଗୋମତି ଚକ୍ର ବାସ୍ତୁରେ ଖୁବ୍‍ ଶୁଭ ବୋଲି କୁହାଯାଏ । ମାନ୍ୟତା ଅନୁଯାୟୀ, ଗୋମତି ଚକ୍ରକୁ ଘରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ସୁଖଶାନ୍ତି ରହିଥାଏ । ୧୧ଟି ଗୋମତି ଚକ୍ରକୁ ଏକ ଲାଲ କପଡାରେ ରଖି ଧନ ରଖିବା ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହୋଇଥାଏ ।
ଘରେ ଗାଈ ମୂର୍ତ୍ତି ରଖିବା ଦ୍ୱାରା ଧନ-ସମୃଦ୍ଧି ସର୍ବଦା ରହିଥାଏ । ଗୋମାତାଙ୍କ ଠାରେ ଦେବୀ-ଦେବତା ବାସ କରିଥାଆନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାସହ ହିନ୍ଦୁ ଧର୍ମରେ ଗୋମାତା ମଧ୍ୟ ପୂଜନୀୟ । ନିଜ ଘରେ ଗାଈ ଠାରୁ ବାଛୁରୀ କ୍ଷୀର ସେବନ କରୁଥିବା ମୂର୍ତ୍ତି ନିଶ୍ଚୟ ରଖନ୍ତୁ ।
ଘରେ ପୂଜା ସ୍ଥାନରେ ଶ୍ରୀ ଯନ୍ତ୍ର ଓ ମା’ଲକ୍ଷ୍ମୀଙ୍କ ଯନ୍ତ୍ର ସ୍ଥାପନ କରନ୍ତୁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଓ କୁବେର ଦେବତାଙ୍କ କୃପା ପ୍ରାପ୍ତି ହୋଇଥାଏ । ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଉତ୍ତମ ବୁଝାମଣା ଓ ସୁଖ ସମୃଦ୍ଧି ବାସ କରିଥାଏ ।

Comments are closed.