ଶ୍ରାବଣରେ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ସମସ୍ତ ବାତାବରଣ ପ୍ରଭୁଙ୍କ ଆଶୀର୍ବାଦରେ ଶୁଦ୍ଧ ହୋଇଯାଏ। ଚାରିଆଡ଼େ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହି ମାସରେ ବାସ୍ତୁର କିଛି ସହଜ ଉପାୟ ଆପଣେଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ……
– ଏହି ମାସରେ ପ୍ରତିଦିନ ଗାଈ କିମ୍ବା ବଳଦଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ।
– ଅସହାୟଙ୍କୁ ଭୋଜନ ଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ଅନ୍ନର ଅଭାବ ହୋଇନଥାଏ।
– ଏହି ମାସରେ ଘର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।
– ଏହି ମାସରେ ଘର ବଗିଚାରେ ଗଛ ଲଗାନ୍ତୁ।ଏପରି କରିବା ଦ୍ୱାରା ଘରେ ହସଖୁସିର ବାତାବରଣ ରହିଥାଏ।
– ଶ୍ରାବଣ ମାସରେ ପୂର୍ବ ଦିଗରେ ଶିବ-ପାର୍ବତୀଙ୍କ ଫଟୋ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ କଳହ ଦୂର ହୋଇଥାଏ।
– ଏହି ମାସରେ ରୁଦ୍ରାକ୍ଷ ଧାରଣ କରନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ।
– ଏହି ମାସରେ ଉପବାସ କରୁଥିଲେ ଗୋଟିଏ ଥର ଭୋଜନ କରିବା ଶୁଭଙ୍କର।
– ଘରର ରୋଷେଇ ଘରେ ଗଙ୍ଗାଜଳ ରଖନ୍ତୁ।
– ଚାନ୍ଦିର କିମ୍ବା ତମ୍ବାର ତ୍ରିଶୁଳ ଘରେ ରଖନ୍ତୁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

Comments are closed.