ଆର୍ଥିକ ସମୃଦ୍ଧି ପାଇଁ ଗୃହକୁ ଆଣନ୍ତୁ ଏହି ୭ଟି ବସ୍ତୁ

ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ଏହାର ମୁଖ୍ୟ କାରଣ ଘରର ବାସ୍ତୁ ଦୋଷ ବୋଲି କୁହାଯାଏ। ଯେଉଁ ଗୃହରେ ବାସ୍ତୁ ସମସ୍ୟା ଥାଏ ସେଠାରେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରେ ନାହିଁ। ମାତ୍ର ଏପରି କେତେକ ବସ୍ତୁ ରହିଛି ଯାହାକୁ ଘରେ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଗୃହରେ ସୁଖଶାନ୍ତିର ବାତାବରଣ ରହିବ। ଜାଣନ୍ତୁ ….
ଲାଫିଙ୍ଗ୍‍ ବୁଦ୍ଧ –
ଘରେ ଲାଫିଙ୍ଗ୍‍ ବୁଦ୍ଧଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ। କାରଣ ଏହାକୁ ରଖିଲେ ଘରେ ସୁଖସମୃଦ୍ଧି ରହିଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଏହାଙ୍କୁ ଘରର ଉତ୍ତର-ପଶ୍ଚିମ କୋଣରେ ରଖନ୍ତୁ।
ୱିଣ୍ଡ ଚାଇମ –
ୱିଣ୍ଡ ଚାଇମ ଘରେ ଲଗାଇବା ଦ୍ୱାରା ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ। ପବନରେ ଏହାର ଶବ୍ଦରେ ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ।
କର୍ମକ୍ଷେତ୍ରରେ ଓ ଘରେ ଉନ୍ନତି ପାଇଁ ସୁନାର ଟଙ୍କା ଥିବା ଏକ ଘର ସଜ୍ଜା ଜାହାଜ ଘରେ ରଖନ୍ତୁ। ଏହା କର୍ମକ୍ଷେତ୍ରରେ ସଫଳତା ଆଣିବା ସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
ଚାଇନିଜ ଟଙ୍କା –
ଚାଇନିଜ ଟଙ୍କାର ପେଙ୍ଗସୁଇରେ ଖୁବ ମହତ୍ତ୍ୱ ରହିଛି। ଏହାକୁ ଆୟର ଏକ ପ୍ରକାର ସ୍ରୋତ ବୋଲି ମଧ୍ୟ କୁହାଯାଏ। ଏହାକୁ ଲାଲ ରଙ୍ଗର ରିବନ ଫିତାରେ ବାନ୍ଧି ଘରେ ରଖିବା ଦ୍ୱାରା ଘରେ ଟଙ୍କାପଇସାର ବୃଦ୍ଧି ହୋଇଥାଏ।
କ୍ରିଷ୍ଟଲ ଗ୍ଲୋବ୍‍ –
ପେଙ୍ଗସୁଇ ଅନୁଯାୟୀ କ୍ରିଷ୍ଟଲ ଗ୍ଲୋବ୍‍ ନିଜ ଭିତରେ ପ୍ରକାଶ ସମାହିତ କରି ରହିଥାଏ। ତେଣୁ ଏହାକୁ ଗୃହରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସହ ଘରେ ହସଖୁସିର ବାତାବରଣ ଆଣିଥାଏ।
ଘୋଡ଼ା ନାଲ –
ଘରର ମୁଖ୍ୟ ଦ୍ୱାର ଉପରେ ମଝି ସ୍ଥାନରେ ଏହାକୁ ଲଗାନ୍ତୁ। ଏହା ଘରକୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତିରୁ ଦୂରରେ ରଖେ। ଜୀବନରେ ଥିବା ବିଭିନ୍ନ ବାଧାବିଘ୍ନକୁ ଦୂର କରିଥାଏ।
ଧାତୁ କଇଁଚ –
ପେଙ୍ଗସୁଇରେ ଧାତୁ କଇଁଚର ବହୁ ମହତ୍ତ୍ୱ ବିଷୟରେ କୁହାଯାଇଛି। ଏହାକୁ ଘରେ ରଖିଲେ ଆର୍ଥିକ ଉନ୍ନତି ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଜୀବନରେ ସୁଖଶାନ୍ତି ଭରିଯାଏ।

Comments are closed.