ନୂଆଘର କିଣିବାକୁ ଯାଉଛନ୍ତି କି? ଜାଣି ରଖନ୍ତୁ କିଛି ବାସ୍ତୁ ଟିପ୍ସ

0

ସାଧାରଣତଃ ପରିବାରର ସୁଖଶାନ୍ତି ଘର ଉପରେ ନିର୍ଭର କରେ। ବାସ୍ତୁଶାସ୍ତ୍ର ଅନୁସାରେ ସୁଖଶାନ୍ତି ପ୍ରାପ୍ତି ପାଇଁ ଘର ଏବଂ ଆଖପାଖର ଜିନିଷର ବିଶେଷ ଭୂମିକା ରହିଛି। ଘର ନିର୍ମାଣ ହେଉ ବା ନୂଆ ଘର କିଣିବା ଏସବୁ କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ନିୟମ ପାଳନ କରିବା ଦ୍ବାରା ଜୀବନ ସୁଖମୟ ହୋଇଥାଏ। ଆପଣଙ୍କ ଘର କିମ୍ବା ଆଖପାଖରେ ଥିବା ଜିନିଷ ଆପଣଙ୍କୁ ଧନବାନ କରିପାରିବ ଏବଂ ଦରିଦ୍ର ମଧ୍ୟ କରିପାରିବ। ତେଣୁ ଘର ତିଆରି ସମୟରେ ଏବଂ ଘର କିଣିବା ସମୟରେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ –

ଘର କିମ୍ବା ଫ୍ଲାଟ୍ କିଣିବା ସମୟରେ ପ୍ରଥମେ ଏହା ଦେଖନ୍ତୁ ଯେ ମୁଖ୍ୟ ଦ୍ବାର ପୂର୍ବୀ ଐଶାନ୍ୟ, ଉତ୍ତର ଐଶାନ୍ୟ, ଦକ୍ଷିଣ ଆଗ୍ନେୟ ଏବଂ ପଶ୍ଚିମ ବାୟବ୍ୟରେ ରହିବା ଆବଶ୍ୟକ।

ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ, ଗଛ ଏବଂ ମନ୍ଦିର ରହିବା ଉଚିତ ନୁହେଁ।

ଶୌଚାଳୟ ଘରର ମଝିରେ କିମ୍ବା ମୁଖ୍ୟ ଦ୍ବାରର ସାମ୍ନାରେ ରହିବା ଅଶୁଭ ହୋଇଥାଏ। ଏଥିପାଇଁ ଘର ନେବା ପୂର୍ବରୁ ଏହା ନିଶ୍ଚୟ ଦେଖନ୍ତୁ।

ଘରେ ଯଦି ବାଲକୋନୀ ଅଛି ତେବେ ଉତ୍ତର ଏବଂ ପୂର୍ବ ଦିଗରେ ବାଲକୋନୀ ରହିବା ଶୁଭ ହୋଇଥାଏ।

ମୁଖ୍ୟ ଦ୍ବାର ଭିତର ଆଡ଼କୁ ଖୋଲାଗଲେ ଏହା ଶୁଭ ହୋଇଥାଏ।

ରୋଷେଇ ଘର ଐଶାନ୍ୟ କୋଣରେ ରହିବା ଉଚିତ ନୁହେଁ।

ଘର ସାମ୍ନା ଆଡ଼କୁ ସିଡ଼ି କିମ୍ବା ଲିଫ୍ଟ ରହିବା ଉଚିତ ନୁହେଁ।

ବିଦ୍ୟୁତର ସ୍ବିଚବୋର୍ଡ ଆଗ୍ନେୟ କୋଣ ବା ଦକ୍ଷିଣ ପୂର୍ବ ଆଡ଼କୁ ରହିବା ଶୁଭ ବୋଲି କୁହାଯାଏ।

ପୂଜା ଘର ଐଶାନ୍ୟ କୋଣ ବା ଉତ୍ତର ପୂର୍ବରେ ରହିବା ଉଚିତ।

Leave A Reply