ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ଆପଣାନ୍ତୁ ଏହି ଉପାୟ

ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ।
ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ପୂଜା ଓ ମନ୍ତ୍ର ଖୁବ ସହାୟକ ହୋଇଥାଏ। ଆପଣ ଜୀବନରେ ଯଦି ସମସ୍ୟା , କାର୍ୟ୍ୟରେ ବାଧା ଲାଗି ରହୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ‘ଓଁ ହନୁମନ୍ତେ ନମଃ’ ମନ୍ତ୍ର ଜପ କରନ୍ତୁ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।
ବହୁ ସମସ୍ୟରେ ଏପରି ହୋଇଥାଏ ବ୍ୟକ୍ତିଙ୍କୁ ବିଶ୍ୱାସଘାତକତା ଓ କାର୍ୟ୍ୟରେ ବାରମ୍ବାର ଅସଫଳତା ମିଳିଥାଏ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ନିୟମିତ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ। ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏହି ମନ୍ତ୍ରର ଲାଭଦାୟକ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ନିଜ ଘରର ଦ୍ୱାରକୁ କଦାପି ଗୃହର ବାହାର ଆଡ଼କୁ ଖୋଲନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଘରର ସକରାତ୍ମକ ଶକ୍ତି ହ୍ରାସ ପାଇଥାଏ।
ଘରର ଭିତରକୁ ଯେପରି ପ୍ରଚୁର ପରିମାଣରେ ସୂର୍ୟ୍ୟୋଲୋକ ଆସିପାରୁ ଥିବ, ସେଭଳି ବ୍ୟବସ୍ଥା କରନ୍ତୁ। ଏଭଳି କରିବା ଦ୍ୱାରା ପରିବାର ସଦସ୍ୟ ରୋଗଗ୍ରସ୍ତ ହୋଇନଥାଆନ୍ତି ଓ ଘରେ ସର୍ବଦା ସୁଖର ବାତାବରଣ ରହିଥାଏ।
ସକାଳ ହେବା ମାତ୍ରେ ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ। ଅହରାହ୍ନ ସମୟରେ ଝରକା ବନ୍ଦ ରଖନ୍ତୁ।
ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ।
ଘରର ଭିତରେ ବିଭିନ୍ନ ପ୍ରକାର ଜାଲ ହୋଇଥିଲେ ଏହାକୁ ସଫା କରି ଦିଅନ୍ତୁ।
ଘରେ କୌଣସି ପ୍ରକାରର ଭଙ୍ଗାତୁଟା ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫା ରଖନ୍ତୁ।
ଗାଧୁଆ ଘର ଅଯଥାରେ ଖୋଲା ରଖନ୍ତୁ ନାହିଁ।
ଗୃହର ଅଗଣାରେ ତୁଳସୀର ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର କରିଥାଏ।
ରୋଷେଇ ଘରେ ଔଷଧ ଆଦୌ ରଖନ୍ତୁ ନାହିଁ।
ଘରେ ସର୍ବଦା ଶାନ୍ତି ରହିବା ପାଇଁ ନିୟମିତ କର୍ପୂର ଜଳାନ୍ତୁ।

Comments are closed.