ବିପଦ ଆସିବା ପୂର୍ବରୁ ଦେଇଥାଏ ଏହିସବୁ ସଙ୍କେତ

0

ଆମ ଦୈନଦିନ ଜୀବନରେ ହଠାତ୍ କେତେବେଳେ ଆମ ଉପରକୁ ବିପଦ ମାଡ଼ି ଆସେ ଆମେ ଜାଣି ପାରନ୍ତି ନାହିଁ। ଏହି ବିପଦ ଆସି ନିମିସକରେ ଆମ ଜୀବନରେ ଘୋର ଅନ୍ଧାର ଭରିଦିଏ। ତେବେ କ’ଣ ଆପଣ ଜାଣନ୍ତି, ବିପଦ ଆସିବା ପୂର୍ବରୁ ଆମକୁ କିଛି ସଙ୍କେତ ଦେଇଥାଏ। ଯେଉଁ ସଙ୍କେତକୁ କି ଆମେ ଅଣଦେଖା କରିଥାଉ ବା ଜାଣି ପାରି ନଥାଉ। ହେଲେ ଯଦି ଆମେ ଏହି ସଙ୍କେତ ବିଷୟରେ ଜାଣି ପାରିବା ତେବେ ହୁଏତ କିଛି ବିପଦରୁ ଆମେ ରକ୍ଷା ପାଇପାରିବା। ତେବେ ଚାଲନ୍ତୁ ଜାଣିବା ବିପଦ ଆସିବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ –

୧- ଯଦି ବାସ ଗୃହକୁ ସଫା କରିବା ସତ୍ତ୍ବେ ବାରମ୍ବାର ମଇଳା ହେଉଛି, ତେବେ ଜାଣନ୍ତୁ ଏହା ଆଗକୁ ଆସୁଥିବା ବିପଦର ସଙ୍କେତ ଦେଉଛି।
୨- ପରିବାରରେ କେହି ଜଣେ ହଠାତ ରୋଗାଗ୍ରସ୍ତ ହେବା କିମ୍ବା ବହୁ ଦିନ ଧରି ଅସୁସ୍ଥ ରହିବା ମଧ୍ୟ ଆଗକୁ ଆସୁଥିବା ବିପଦର ଏକପ୍ରକାରର ସଙ୍କେତ ହୋଇଥାଏ।
୩- ଚୁଲିରୁ କ୍ଷୀର ବାରମ୍ବାର ଉତୁରି ତଳେ ପଡିଲେ ଏହା ଆଗକୁ ଆସୁଥିବା କୗଣସି ବିପଦର ବିଷୟରେ ସୁଚାଇଥାଏ।
୪- କୌଣସି କାରଣ ନଥାଇ ଯଦି ଘରେ କୌଣସି ମହିଳାଙ୍କ ଗର୍ଭପାତ ହୋଇଥାଏ, ତେବେ ଆଗକୁ କୌଣସି ବିପଦ ଆସୁଛି ବୋଲି ଜାଣନ୍ତୁ।
୫- ଘରେ ଲାଗିଥିବା କାନ୍ଥ ଘଣ୍ଟା ହଠାତ ବନ୍ଦ ହୋଇଯିବା ମଧ୍ୟ ଏକ ବିପଦର ସଙ୍କେତ।

Leave A Reply