ରୋଷେଇ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ

ଘରର ମୁଖ୍ୟ କକ୍ଷ ହେଉଛି ରୋଷେଇ ଘର। ରୋଷେଇ ଘର ବାସ୍ତୁ ଅନୁଯାୟୀ, ରୋଷେଇ ଘର ତିଆରି କରିବା ସହ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି। ଏହାକୁ ପାଳନ କରିବା ଦ୍ୱାରା ରୋଗ,ଜୀବନର ଅନେକ ସମସ୍ୟା ଓ ଧନ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହାସହ ଏଭଳି କେତେକ ଜିନିଷ ରହିଛି,ଯାହାକୁ ରୋଷେଇ ଘରେ ରଖିବା ଉଚିତ ନୁହେଁ। ସେହି ଜିନିଷକୁ ରୋଷେଇ ଘରେ ରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ସୁଖସମୃଦ୍ଧିରେ ବାଧା ଉପୁଜିଥାଏ। ଜାଣନ୍ତୁ ସେହି ଜିନିଷ ବିଷୟରେ..
ରୋଷେଇ ଘରେ ଅଇନା କିମ୍ବା ଅଇନା ଭଳି ଅନ୍ୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ବିପରୀତ ପ୍ରଭାବ ପଡିବା ସହ ଘରେ କଳହ ଲାଗି ରହିଥାଏ।
ରୋଷେଇ ଘରେ ଭଙ୍ଗା ଓ ଅପରିଷ୍କାର ବାସନ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ସୁଖସମୃଦ୍ଧିରେ ଓ ଧନସମ୍ପତ୍ତି ବୃଦ୍ଧିରେ ସମସ୍ୟା ହୋଇଥାଏ। ଜୀବନରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିଥାଏ।
ରୋଷେଇ ଘରେ ଝାଡୁ ମଧ୍ୟ ରଖନ୍ତୁ ନାହିଁ।
ରୋଷେଇ ଘରେ ଆଲୁମିନିୟମର ବାସନ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ଚର୍ମଜନିତ ସମସ୍ୟା ସହ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ।
ରୋଷେଇ ଘରେ ପିମ୍ପୁଡି, ଅସରପା, ମୂଷା  ଅନ୍ୟ କୀଟ ମାରିବା ପାଇଁ ବ୍ୟବହୃତ ହେଉଥିବା ଔଷଧ ରଖନ୍ତୁ ନାହିଁ।

Comments are closed.