ସନ୍ଧ୍ୟା ସମୟରେ ଖିର କିମ୍ବା ଦହି ଦାନ ଦିଅନ୍ତୁ ନାହିଁ

ମା’ଲକ୍ଷ୍ମୀ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ରଖିବା ଦ୍ୱାରା ଘରେ ସୁଖଶାନ୍ତି ଓ ଧନସମ୍ପତ୍ତିର ସର୍ବଦା ଆଗମନ ହୋଇଥାଏ।
– ସନ୍ଧ୍ୟା ସମୟରେ ଅନ୍ୟ କାହାକୁ ମଧ୍ୟ ଖିର କିମ୍ବା ଦହି ଦାନରେ ଦିଅନ୍ତୁ ନାହିଁ। ମାତ୍ର ଦୋକାନରୁ କିଣି ଘରକୁ ଆଣିପାରିବେ। ସନ୍ଧ୍ୟା ସମୟରେ ଖିର କିମ୍ବା ଦହି ଦାନ ଦେବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।
– ସୂର୍ଯ୍ୟ ଅସ୍ତ ପୂର୍ବରୁ ଝାଡ଼ୁ କରନ୍ତୁ। ସନ୍ଧ୍ୟା ପୂର୍ବରୁ ଘରକୁ ସଫା ରଖନ୍ତୁ। ଘରର ମୁଖ୍ୟ ଦ୍ୱାରକୁ ସଫା କରନ୍ତୁ।
– ରାତିରେ ରୋଷେଇ ଘରକୁ ଭଲ ଭାବେ ସଫା କରି ରଖନ୍ତୁ। ରାତିରେ ଅଇଁଠା ବାସନକୁ ଧୋଇ ଦିଅନ୍ତୁ। ଅଇଁଠା ବାସନ ସକାଳ ଯାଏଁ ରଖନ୍ତୁ ନାହିଁ।
– ଖାଦ୍ୟ ଥାଳିରେ ଭାତ କଦାପି ଛାଡନ୍ତୁ ନାହିଁ।
– ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ନାହିଁ ସେଠାରେ ମଧ୍ୟ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ମହିଳାଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ। ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ନିକଟରେ ମିଠା ଭୋଗ ଅର୍ପଣ କରନ୍ତୁ। ରହିବା
ସେହିପରି ମାନ୍ୟତା ଅନୁଯାୟୀ   , ପ୍ରାଚୀନ କାଳରୁ ହିଁ ଲୋକେ ଖାଦ୍ୟ ଖାଇବା ପରେ ଯେକୌଣସି ମିଠା ନିଶ୍ଚୟ ଖାଇଥାଆନ୍ତି। ହିନ୍ଦୁ ଶାସ୍ତ୍ର ଓ ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ସହ ଜଡ଼ିତ କିଛି କଥା ଓ ଭୋଜନର ଆରମ୍ଭରୁ ସର୍ବଦା ରାଗୁଆ କିମ୍ବା ଚଟପଟା ଖାଦ୍ୟରୁ ହିଁ ଆରମ୍ଭ କରିବା ଆବଶ୍ୟକ। ଏହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ ଏହାର କାରଣ ଓ ଲାଭ ବିଷୟରେ….
ମସଲାଯୁକ୍ତ (ରାଗୁଆ) ଓ ଚଟପଟା –
ଖାଦ୍ୟ ଖାଇବାର ଆରମ୍ଭରେ ମସଲାଯୁକ୍ତ କିମ୍ବା ଚଟପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ରହିଥାଏ।
– ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପାଚକ ରସ ଓ ଏସିଡ଼ିଟି କ୍ଷରଣ ହୋଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ, ସଠିକ ଭାବେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ପାଚନ ତନ୍ତ୍ରରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ।
– ଖାଦ୍ୟର ଆରମ୍ଭରୁ ଚଟପଟା ଅଥବା ମସଲାଯୁକ୍ତ ଖାଦ୍ୟର ସେବନ ଦ୍ୱାରା ସଠିକ ସମୟରେ ଭୋକ ହୋଇଥାଏ। କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ମିଠା ଜାତୀୟ ଖାଦ୍ୟ –
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ।
– ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଇଥାଏ।
– ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି , ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
– ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ମିଠା ଖାଇବା ଦ୍ୱାରା ପେଟରେ ଜଳାପୋଡା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।

 

Comments are closed.