ଶୁଭଫଳ ପ୍ରାପ୍ତିର ସୂଚନା ଦେଇଥାଏ ; ଏହି ସଙ୍କେତ

ଉତମ ସ୍ୱାସ୍ଥ୍ୟ ସହ ଭାଗ୍ୟ ଯଦି ଆପଣଙ୍କୁ ଶୁଭଫଳ ପ୍ରଦାନ କରେ ତେବେ ସଫଳତା ନିଶ୍ଚୟ ପ୍ରାପ୍ତି ହୋଇଥାଏ। ଦୈନନ୍ଦୀନ ଜୀବନରେ ଆମକୁ ବେଳେ ଏପରି କିଛି ସଙ୍କେତ ମିଳିଥାଏ, ଯାହା ଶୁଭଫଳ ପ୍ରାପ୍ତି ହେବାର ସୂଚନା ଦେଇଥାଏ। ବାସ୍ତୁ ଶାସ୍ତ୍ରରେ ସେଭଳି କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ…….
୧- ସକାଳେ ଉଠିବା ପରେ ଖିର କିମ୍ବା ଦହି ଦେଖିଲେ , ସେହି ଦିନଟି ଖୁବ ଭଲରେ ଅତିବାହିତ ହୋଇଥାଏ ବୋଲି କୁହାଯାଏ।
୨- ପୂଜା କରିବା ସମୟରେ ଦୀପ ଜ୍ୟୋତି ଅଧିକ ଜୋରରେ ହଠାତ ଜଳିଲେ , ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଛି ଏହା ସଙ୍କେତ ଦେଇଥାଏ।
୩ -ପୂଜାର୍ଚ୍ଚନା କରିବା ସମୟରେ ଲଗାଯାଇଥିବା ଧୂପକାଠି ଧୂଆଁ ଭଗବାନଙ୍କ ମୂର୍ତି କିମ୍ବା ଫଟୋ ନିକଟକୁ ଗଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।
୪- ଗୃହର କବାଟ ନିକଟକୁ ଗାଈ ଆସିବାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।

Comments are closed.