MEllora 950×100

ଟଙ୍କା ଅଭାବ ଦୂର କରି ଭାଗ୍ୟ ଚମକାଇବ ଏହି ବୃକ୍ଷ

ବୃକ୍ଷ-ଲତାଙ୍କର ମନୁଷ୍ୟ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଘରେ ଲଗାଇବା ଦ୍ୱାରା କେବଳ ଘର ଓ ଆଖପାଖର ବାତାବରଣ ଶୁଦ୍ଧ ନୁହେଁ ତାହା ନୁହେଁ ବରଂ ଅନେକ ବାସ୍ତୁ ଦୋଷ ମଧ୍ୟ ଏହା ଦୂର କରେ। ବାସ୍ତୁ ଅନୁଯାୟୀ, ବୃକ୍ଷ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ସହ ଧନର ଆଗମନ ମଧ୍ୟ ହୋଇଥାଏ। ଭାଗ୍ୟରେ ସୁପରିବର୍ତ୍ତନ ସହ ଧନର ଅଭାବ ଦୂର ହୋଇଥାଏ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଧନସମ୍ପତ୍ତି ବୃଦ୍ଧି ପାଇଁ ଘରେ ଏହି ୩ଟି ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଜାଣନ୍ତୁ..
ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରରୁ କିଛି ଦୂରରେ ବାମ ପଟେ ଶମି ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଏହି ବୃକ୍ଷ ଲଗାଇବା ଦ୍ୱାରା ଘରେ ଆଦୌ ଧନର ଅଭାବ ନହେବା ସହ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ମା’ଙ୍କ କୃପା ମଧ୍ୟ ପ୍ରାପ୍ତିି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ଡାଳିମ୍ବ ଗଛ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କ କୃପା ମିଳିଥାଏ। ଘରେ ସର୍ବଦା ମା’ଲକ୍ଷ୍ମୀ ଓ ଧନର ଦେବତା କୁବେର ବାସ କରିଥାଆନ୍ତି। ଟଙ୍କା ଅଭାବ ଦୂର ହୋଇଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ଏହାସହ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ବେଲ ଗଛ ମଧ୍ୟ ଲଗାଇପାରିବେ।
ଧାର୍ମିକ ମାନ୍ୟତା ଅନୁଯାୟୀ, ନିଜ ଘରର ସମ୍ମୁଖରେ ବେଲ ଗଛ ଓ ପଛ ପଟେ କଦଳୀ ବୃକ୍ଷ ଲଗାନ୍ତି, ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଧନର ଅଭାବ ମଧ୍ୟ ଦୂର ହୋଇଥାଏ। ଅଟକି ଥିବା ଧନ ମଧ୍ୟ ପ୍ରାପ୍ତ ହୋଇଥାଏ। ଟଙ୍କା ଅଯଥାରେ ଖର୍ଚ୍ଚ ହୋଇ ନଥାଏ।

Comments are closed.