ବାସ୍ତୁ ଅନୁଯାୟୀ ଏପରି ରଖନ୍ତୁ ଜିନିଷପତ୍ର

ବାସ୍ତୁ ନିମୟ ଅନୁଯାୟୀ ଘରର ଆସବାବ ପତ୍ର ରଖିବା ଉଚିତ୍। ବାସ୍ତୁ ଟିପ୍ସ ଅନୁଯାୟୀ ଘରେ ଆସବାବ ପତ୍ର ସଜାଇ ରଖିଲେ ଶୁଭଫଳ ମିଳିଥାଏ। ଜାଣନ୍ତୁ ବାସ୍ତୁ ଟିପ୍ସ ଅନୁଯାୟୀ ଘରର କେଉଁ ସ୍ଥାନରେ କେଉଁ ଜିନିଷପତ୍ର ରଖିବେ।
ବାସ୍ତୁ ଅନୁସାରେ ଘରର ୪ଟି କୋଣ ରହିଛି। ଈଶାଣ କୋଣ, ନୈଋତ୍ୟ କୋଣ, ଆଗ୍ନେୟ କୋଣ ଏବଂ ୱାୟବ କୋଣ।
ଈଶାଣ କୋଣରେ ଜଳ ଏବଂ ଭଗବାନ ଶିବଙ୍କୁ ରଖିବା ଅତ୍ୟନ୍ତ ଶୁଭ। ଏହି କୋଣର ସ୍ବାମୀ ହେଉଛନ୍ତି ଗୁରୁ ଗ୍ରହ। ଏହି ସ୍ଥାନରେ ପୂଜା ଘର, ମାଠିଆ, କୂଅ, ବୋରିଙ୍ଗ ବା ପାଣି ଟାଙ୍କି ଆଦି ରଖିବା ଉଚିତ୍।
ନୈଋତ୍ୟ କୋଣ ପୃଥ୍ବୀ ତତ୍ବର ସ୍ଥାନ। ଏହି କୋଣରେ ସ୍ବାମୀ ହେଉଛନ୍ତି ରାହୁ ଓ କେତୁ। ଏହି ସ୍ଥାନରେ ଟିଭି, ରେଡିଓ, ଡିଭିଡି ପ୍ଲେୟର ଏବଂ ଖେଳକୁଦର ସାମଗ୍ରୀ ରହିବା ଉଚିତ୍। ନେଋତ୍ୟ ଏବଂ ଦକ୍ଷିଣ କୋଣରେ ଆଲମାରୀ, ସୋଫା, ବେଞ୍ଚ ଆଦି ଓଜନିଆ ଜିନିଷ ରଖିପାରିବେ।
ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳର ସ୍ଥାନ। ଶୁକ୍ର ଗ୍ରହ ଏହି ସ୍ଥାନର ସ୍ବାମୀ। ଆଗ୍ନେୟ କୋଣରେ ରୋଷେଇ ଘର ବା ବୈଦେତୁକ ସାମଗ୍ରୀ ରଖି ପାରିବେ।
ୱାୟବ କୋଣ ହେଉଛି ବାୟୁର ସ୍ଥାନ। ଏହି କୋଣର ସ୍ବାମୀ ହେଉଛନ୍ତି ଚନ୍ଦ୍ର ଗ୍ରହ। ଏହି କୋଣରେ ଝରକା ରହିବା ଅତି ଉତ୍ତମ। ଏହି ସ୍ଥାନରେ ଗେଷ୍ଟ ରୁମ୍ ବା ଅତିଥି କକ୍ଷ ରଖିପାରିବେ।

 

Comments are closed.