ବାସ୍ତୁ : ଟଙ୍କା ଗଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ତାଙ୍କ କୃପା ପ୍ରାପ୍ତି ପାଇଁ ସଭିଏଁ ଅନେକ ଉପାୟ କରିଥାଆନ୍ତି । ସୁଖସମୃଦ୍ଧି ,ଧନସମ୍ପତ୍ତି ପ୍ରାପ୍ତି ପାଇଁ କଠିନ ପରିଶ୍ରମ ମଧ୍ୟ କରିଥାଆନ୍ତି । ମା’ଲକ୍ଷ୍ମୀଙ୍କ କୃପାରୁ ଧନର ଆଦୌ ଅଭାବ ହୋଇନଥାଏ । ମାତ୍ର ଅନେକ ସମୟରେ ଦେଖାଯାଏ,ପରିଶ୍ରମ ଅନୁଯାୟୀ ଆଶାନୁରୂପକ ସଞ୍ଚୟ ହୋଇ ପାରି ନଥାଏ । ଫଳରେ ଟଙ୍କାର ଅଭାବ ଦେଖାଦେଇଥାଏ । ନିତିଦିନିଆ ଜୀବନରେ କରୁଥିବା କିଛି ଭୁଲ ପାଇଁ ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଟଙ୍କାପଇସା ନେଣଦେଣ କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ଖୁବ୍‍ ଉନ୍ନତି କରିବେ । ଜାଣନ୍ତୁ ବାସ୍ତୁର ସେହି ଉପାୟ ବିଷୟରେ……..
ବାସ୍ତୁ ଅନୁଯାୟୀ, ପର୍ସରେ ଟଙ୍କାପଇସା ସହ ଖାଦ୍ୟ ଜିନିଷ ଏକାଠି ରଖନ୍ତୁ ନାହିଁ । ଏହାଦ୍ୱାରା ଧନର ଅବମାନନା ହୋଇଥାଏ ।
କୌଣସି ଅସହାୟଙ୍କୁ ଦାନ ଦେବା ସମୟରେ ଟଙ୍କା ଦେବା ସମୟରେ ଫୋପାଡି କରି ଆଦୌ ପକାନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ ।
ଟଙ୍କା ଗଣିବା ସମୟରେ ଲୋକେ ବାରମ୍ବାର ପାଟିରୁ ଛେପ ଲଗାଇଥାଆନ୍ତି । ଏହାଦ୍ୱାରା ମଧ୍ୟ ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଟଙ୍କା ଗଣିବା ସମୟରେ ଏଥିରେ ଅଳ୍ପ ପାଣି କିମ୍ବା ପାଉଡର ବ୍ୟବହାର କରିପାରିବେ ।
ଟଙ୍କା ନିଜ ପଲଙ୍କ ନିକଟରେ କିମ୍ବା ମୁଣ୍ଡ ଦେଇ ଶୋଉଥିବା ସ୍ଥାନରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ମଧ୍ୟ ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି ।
ଟଙ୍କା ପଇସାକୁ ସର୍ବଦା ସ୍ୱଚ୍ଛ ସ୍ଥାନରେ ହିଁ ରଖନ୍ତୁ । ଆଲମିରାରେ ରଖନ୍ତୁ । ଟଙ୍କା ରଖିବା ସ୍ଥାନରେ କଉଡି ନିଶ୍ଚୟ ରଖନ୍ତୁ ।
ମାନ୍ୟତା ଅନୁଯାୟୀ, ମା’ଲକ୍ଷ୍ମୀ ଧନରେ ବାସ କରନ୍ତି । ତେଣୁ ଭୂମିରେ ପଡିଥିବା ଟଙ୍କାକୁ ଉଠାଇବା ପରେ ଏହାକୁ ମଥାରେ ଲଗାନ୍ତୁ । ଏହା ପରେ ହିଁ ପକେଟ୍‍  ରେ ରଖନ୍ତୁ ।

 

Comments are closed.