ବାସ୍ତୁ ଓ ଦୀପ ସହ ଜଡିତ କିଛି ସରଳ ଉପାୟ

ବାସ୍ତୁଦୋଷ ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। କେତେକ ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଘରେ ଥିବା ବାସ୍ତୁଦୋଷକୁ ଦୂର କରି ପାରିବା। ଯାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ଆସିଥାଏ। ଜାଣନ୍ତୁ ……..
ଘରର ଛାତ ଉପରେ ପାତ୍ରରେ ଜଳ ଓ କିଛି ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ପକ୍ଷୀମାନଙ୍କୁ ଭୋଜନ ଓ ଶୋଷ ନିବାରଣ ପାଇଁ ଜଳ ମିଳିପାରିବ। ବାସ୍ତୁ ଅନୁଯାୟୀ ପକ୍ଷୀମାନେ ନିଜ ସହ ସକରାତ୍ମକ ଶକ୍ତି ଆଣିଥାଆନ୍ତି। ଯାଦ୍ୱାରା ଧନ ଓ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ସର୍ବଦା ଘରେ କଳହ ନକରିବାକୁ ଚେଷ୍ଟା କରନ୍ତୁ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।
ରାତ୍ର ସମୟରେ ମଧ୍ୟ ଗୃହର ମୁଖ୍ୟ ଦରଜାକୁ ଅନ୍ଧକାର ନରଖି ସେଠାରେ ଆଲୋକର ବ୍ୟବସ୍ଥା ରଖନ୍ତୁ।
ସ୍ନାନ ପରେ ନିୟମିତ ଭଗବାନ ସୂର୍ୟ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।
ସକାଳ ଓ ସନ୍ଧ୍ୟା ସମୟରେ ପ୍ରତିଦିନ ଭଗବାନଙ୍କ ସମ୍ମୁଖରେ ବସି ପ୍ରାର୍ଥନା କରନ୍ତୁ।
ଘରର ମୁଖ୍ୟ ଦ୍ୱାରରେ କଦାପି ଦର୍ପଣ ଲଗାନ୍ତୁ ନାହିଁ।
ଭଗବାନଙ୍କ ସମ୍ମୁଖରେ ଦୀପ ଲଗାଇଲେ ଜୀବନରେ ଥିବା ଦୁଃଖ ରୂପକ ଅନ୍ଧକାର ଦୂରେଇ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦୀପ ଅର୍ପଣର କେତେକ ନିୟମ ରହିଛି,ଏହି ନିୟମକୁ ମାନି ଦୀପ ଅର୍ପଣ କଲେ ଆମକୁ ବହୁ ଶୁଭ ଫଳ ମିଳିଥାଏ।
ଘିଅର ଦୀପ –
ଏହି ଦୀପ ଅର୍ପଣ କରିବା ବେଳେ ଏହା ଠାକୁରଙ୍କ ଡ଼ାହାଣ ପଟେ ଓ ନିଜର ବାମ ପଟେ ରହିବା ଉଚିତ। ଏହା ଦ୍ୱାରା ଶୁଭ ଫଳ ମିଳିଥାଏ। ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।
ତେଲର ଦୀପ –
ଏହି ଦୀପ ଅର୍ପଣ ବେଳେ ଏହା ଭଗବାନଙ୍କ ବାମ ପଟେ ଓ ନିଜର ଡ଼ାହାଣ ପଟେ ରହିବା ଆବଶ୍ୟକ। ଏହା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଗୃହର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।
ଦୀପରେ ସର୍ବଦା ତୁଳାରେ ପ୍ରସ୍ତୁତ ସଳିତା ହିଁ ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଦୀପ ଅର୍ପଣର ମହତ୍ତ୍ୱ ବୃଦ୍ଧି ହୋଇଥାଏ।
ଯଦି ମାଟି ଦୀପ ଅର୍ପଣ କରୁଛନ୍ତି, ସର୍ବଦା ଧ୍ୟାନ ଦେବେ ଯେପରି ଏହା ସାମାନ୍ୟ ମାତ୍ର ଭାଙ୍ଗି ନଥିବ । ଭଙ୍ଗା ଦୀପ ଅର୍ପଣ କରିବା ଅଶୁଭ ଅଟେ।
ଦୀପ ସମର୍ପଣ କରିବା ବେଳେ କଥାବାର୍ତ୍ତା ନ କରି, କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ।

Comments are closed.