ରାତିରେ ଲୁଗା ସଫା କରୁଥିଲେ : ଜାଣି ରଖନ୍ତୁ..

ବାସ୍ତୁ ଶାସ୍ତ୍ରରେ ଜୀବନକୁ ସରଳ ଓ ସୁଖମୟ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ସେହି ସରଳ ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ମାତ୍ର ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍ ପାଇଁ ଜୀବନରେ ସମସ୍ୟା ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦିଏ । ତେବେ ଅନେକ ସମୟରେ ଦେଖାଯାଏ କିଛି ଲୋକେ ରାତି କିମ୍ବା ସନ୍ଧ୍ୟା ସମୟରେ ଲୁଗା ସଫା କରିଥାଆନ୍ତି। ରାତିରେ ଅନେକ ଲୁଗା ଶୁଖାଇ ମଧ୍ୟ ଥାଆନ୍ତି। ମାତ୍ର ବାସ୍ତୁରେ ଲୁଗା ସଫାକୁ ନେଇ କିଛି ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ ରାତିରେ ଲୁଗା ସଫା କରିବା ଓ ଶୁଖାଇବାକୁ ଅଶୁଭ ବୋଲି କୁହାଯାଏ। ଜାଣନ୍ତୁ ଲୁଗା ସଫା କରିବା ଓ ଶୁଖାଇବାକୁ ନେଇ ବାସ୍ତୁ ନିୟମ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରାତିରେ ଲୁଗା ,ପୋଷାକ ଆଦି ସଫା କରିବା ଦ୍ୱାରା ଘରେ ସର୍ବଦା ଅଶାନ୍ତିର ପରିବେଶ ରହିଥାଏ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। କଳହ ହୋଇଥାଏ। ରାତିରେ ଲୁଗା ସଫା କରିବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସକାଳେ ଏହି ପୋଷାକ ପିନ୍ଧିଲେ ଏହାର କୁପ୍ରଭାବ ଜୀବନ ଉପରେ ପଡିଥାଏ। ଅଶାନ୍ତି ଲାଗି ରହିଥାଏ।
ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ବାହାରେ ଲୁଗା ଶୁଖାଇବା ଉଚିତ ନୁହେଁ। ରାତିରେ ସୂର୍ଯ୍ୟାଲୋକ ନଥିବାରୁ ଏଥିରେ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। ଫଳରେ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ମାତ୍ର ଦିନରେ ଲୁଗା ସଫା କରି ଶୁଖାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ରାତିରେ ଲୁଗା ସଫା କରି ଶୁଖାଇବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଆର୍ଥିକ ସମସ୍ୟା ଲାଗି ରହିବା ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
Comments are closed.