ଚର୍ଚ୍ଚିତ ନିକାହ : ଲକଡାଉନ୍‍ ସମୟରେ ଭର୍ଚ୍ଚୁଆଲ ବିବାହ

ସାରା ବିଶ୍ୱରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଥିବା ବେଳେ, ଭାରତରେ ଦେଶବ୍ୟାପି ଲକଡାଉନ୍‍ ଜାରି ରହିଛି । ବିବାହ, ବ୍ରତ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗୁରୁତ୍ୱ ପ୍ରଦାନ କରି ଏହି ସବୁ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। ତେବେ ଏଭଳି ସମୟରେ କିଛି ମଜାଦାର ଘଟଣା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି। ଆଉ ଏହି ରୋଚକ ଘଟଣା ହେଉଛି ଭର୍ଚ୍ଚୁଆଲ ବିବାହ।

Image Source : Indian express

ହାଇଦରାବାଦର ୨୮ ବର୍ଷ ବୟସ୍କ ନଜଫ୍‍ ନକଭୀ ଏବଂ ବେଙ୍ଗାଲୁରୁର ୨୫ ବର୍ଷ ବୟସ୍କା ଫରିୟା ସୁଲତାନଙ୍କ ବିବାହ ଠିକ୍‍ ହେବା ପରେ ପରେ ଲକଡାଉନ୍‍ ଘୋଷଣା ହୋଇଥିଲା। ତେବେ ଗତ ଗତ ୬ ତାରିଖରେ ସେମାନଙ୍କର ବିକହା ବା ବିବାହ ଶେଷ ହୋଇଛି। ବର-କନ୍ୟାଙ୍କ ବ୍ୟତୀତ ୧୬ ଜଣ ଲୋକ ଏହି ନିକାହ ବା ବିବାହରେ ଯୋଗ ଦେଇଥିଲେ। ତେବେ କେହି ଏକାଠି ହୋଇ ନ ଥିଲେ। ନିଜ ନିଜର ଘରେ ଉପସ୍ଥିତ ରହି ସ୍କାଇପ୍‍, ହ୍ୱାଟସଆପ୍‍ ଏବଂ ଡିଟିଟାଲ ପ୍ଲାଟଫର୍ମରେ ବିବାହ ଶେଷ ହୋଇଥିଲା। ବର ଘରର ଲୋକେ କାନପୁରରୁ ବିବାହ ଉତ୍ସବ ଦେଖିଥିବା ବେଳେ କନ୍ୟାଘର ତଥା ଅନ୍ୟ ସଂପର୍କୀୟମାନେ ବେଙ୍ଗାଲୁରୁରୁ ଯୋଗ ଦେଇଥିଲେ। ତେବେ ବର-କନ୍ୟା ଏବଂ କିଛି ଘନିଷ୍ଠ ବନ୍ଧୁ ହାଇଦରାବାଦର ଏକ ଆପାର୍ଟମେଂଟରେ ବିବାହ ସମୟରେ ଉପସ୍ଥିତ ରହିଥିଲେ।

Image Source : Indian express

ତେବେ ସବୁଠାରୁ ରୋଚକ ତଥ୍ୟ ହେଉଛି ଯେ, କାନପୁରର ଦୁଇଜଣ ମୌଲାନା ଏହି ବିବାହ କରାଇଥିଲେ। ବିବାହ ପାଇଁ ବର-କନ୍ୟା ହାଇଦରାବାଦରେ ଦୁଇଜଣ କାଜି ଯୋଗାଡ କରି ନ ପାରିବାରୁ ଶେଷ ମୁହୂର୍ତରେ ଏହି ଦୁଇ ମୌଲାନା ଆସିଥିଲେ। ସେହି ଡିଜିଟାଲ ପ୍ଲାଟଫର୍ମରେ ସେମାନେ ବିବାହକରାଇଥିଲେ। ତେବେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଆଦି ସମସ୍ତ ସତର୍କତା ମଧ୍ୟରେ ବିବାହ ଶେଷ ହୋଇଥିଲା।
ଏବେ ସାରା ଦେଶରେ ଏହି ଭର୍ଚ୍ଚୁଆଲ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

(ତଥ୍ୟ ଓ ଫଟୋ ସୌଜନ୍ୟ : ଇଂଡିଆନ ଏକ୍ସପ୍ରେସ)

Comments are closed.