ବାଣୀବିହାରରେ ଛାତ୍ର ଅଶାନ୍ତି; ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ

0

ଭୁବନେଶ୍ୱର :ଦୀର୍ଘଦିନ ବ୍ୟବଧାନ ପରେ ସୋମବାର ବାଣୀବିହାରରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ଭିତ୍ତିଭୂମିର ବିକାଶ ସହ ୧୦ ଦଫା ଦାବି ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ । ଖବର ପାଇ ପୁଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଅଟକାଇଥିଲା। ଫଳରେ କିଛି ସମୟ ପାଇଁ ପୁଲିସ ସହ ଛାତ୍ରଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା । ପରେ ଛାତ୍ରଛାତ୍ରୀ ମାନେ କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଛନ୍ତି ।

Leave A Reply