ବାଣୀବିହାର ବସ୍ତିରେ ଅଗ୍ନିକାଣ୍ଡ, ଜଳିଗଲା ୪ ଘର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ପାର୍ଶ୍ବରେ ଥିବା ବାଣୀବିହାର ବସ୍ତିରେ ନିଅଁା ଲାଗି ୪ ବଖରା ଘର ପୋଡ଼ି ଯାଇଛି ଏବଂ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କାର ଧନସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ଗତକାଲି ମଧ୍ୟରାତ୍ରିରେ କୌଣସି କାରଣରୁ ଏକ ଗ୍ୟାରେଜ୍‌ରେ ନିଅଁା ଲାଗି ଯାଇଥିଲା। ଏହି ନିଅଁା ଆଖପାଖର ଆଉ ୩ଟି ଘରକୁ ଲାଗି ଯାଇଥିଲା। ଖବର ପାଇ ଦମକଳବାହିନୀ ଆସି ଲାଗିଥିବା ନିଅଁାକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡ଼ି ଯାଇଥିବାବେଳେ ୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।

Comments are closed.