ବନ୍ଦେ ଭାରତ ମିଶନ-୩ : ୧୫ ଘଣ୍ଟାରେ ୨୨ ହଜାର ଟିକେଟ ବିକ୍ରି

ନୂଆଦିଲ୍ଲୀ : ଆମେରିକା, କାନାଡ଼ା, ବ୍ରିଟେନ୍‍ ଓ ୟୁରୋପ୍‍ ଭଳି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ ଏୟାର୍‍ ଇଣ୍ଡିଆ ମାତ୍ର ୧୫ ଘଣ୍ଟା ସମୟ ମଧ୍ୟରେ ୨୨ ହଜାର ଟିକେଟ ବିକ୍ରି କରିଛି। ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ଅଧିନରେ ବିମାନ ଟିକେଟ ବିକ୍ରୟ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି।

ଏୟାର୍‍ ଇଣ୍ଡିଆ କହିଛି, ଅନ୍ୟ ସ୍ଥାନଗୁଡ଼ିକରୁ ଆହୁରି ଅଧିକ ଭାରତୀୟମାନଙ୍କୁ ଆଣିବାପଇଁ ପରବର୍ତ୍ତୀ ସମୟରେ ପଦକ୍ଷେପ
ନିଆଯିବ। ଏୟାର୍‍ ଇଣ୍ଡିଆ ୟୁରୋପ୍‍, ଅଷ୍ଟ୍ରେଲିଆ, କାନାଡ଼ା, ଆମେରିକା, ବ୍ରିଟେନ୍‍ ଓ ଆଫ୍ରିକାକୁ ଆସନ୍ତା ୧୦ ତାରିଖରୁ
ଜୁଲାଇ ପହିଲା ମଧ୍ୟରେ ପ୍ରାୟ ୩୦୦ ବିମାନ ଚଳାଇବ। ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଅଧୀନରେ ସେହିସବୁ
ଦେଶରୁ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଅଣାଯିବ।

Comments are closed.