୨ ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ

ଭଞ୍ଜନଗର: ନିକଟସ୍ଥ ତୁଳସୀପଲ୍ଲି ଗ୍ରାମ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ମଙ୍ଗଳବାର ପୁଲିସ ଚଡାଉ କରି ୬ ଜଣଙ୍କୁ ଗିରଫ କରିବା ସହ ୨ ଟି ମୋବାଇଲ ଫୋନ୍‍ ଏବଂ ୧୮,୬୦୦ ଟଙ୍କା ଜବତ କରିଛି। ସେହିପରି ଗାଙ୍ଗପୁର ପୁଲିସ୍‍ ବାଙ୍କଲେଡି ଗ୍ରାମର ଏକ ଆମ୍ବତୋଟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଡାଇ କରି ୫ ଜଣଙ୍କୁ ଗିରଫ କରିବା ସହ ୧୪.୮୦୦ ଟଙ୍କା ଜବତ କରିଛି।

ସୂଚନା ଯୋଗ୍ୟ ଯେ ଶାରଦୀୟ ପୂଜା ଅବସରରେ ଗଂଜାମ ଜିଳ୍ଲାରେ ଏବେ ଗାଁ ଗାଁରେ ଏପରି ଜୁଆ ଆଡ୍ଡା ଚାଲୁ ରହି ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା କରି ପୁଳିସ ଏହି ଚଡାଉ ପ୍ରକ୍ରିୟା ଆରମ୍ଭ କରିଥିଲା।

Comments are closed.