ଗୋରୁ ବୋଝେଇ ଭ୍ୟାନ ଜବତ, ୩ ଅଟକ

ଠାକୁରମୁଣ୍ଡା: କରଞ୍ଜିଆ ଥାନା ପୁଲିସ ପାଟ୍ରୋଲିଂ ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଗାଡ଼ିରେ ୮୦ରୁ ଅଧିକ ବଳଦ ଗାଈ ଜବଦ କରିଥିଲେ। ଆଜି ସକାଳୁ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ନଂ୫୩ ରାଜ୍ୟ ରାଜପଥ ଦେଇ ଯାଉଥିବା ଏକ ଚୋରା ଚାଲାଣ ଗୋରୁ ବୋଝେଇ ପିକଅପ୍‍ ଭ୍ୟାନକୁ ଠାକୁରମୁଣ୍ଡା ପୁଲିସ ଜବତ କରିଛି। ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆନନ୍ଦପୁର ଦେଇ ଆସୁଥିବା ଗୋରୁ ବୋଝେଇ ଓଡ଼ି ୦୪ ଜି ୦୯୭୩ ନମ୍ବର ଭ୍ୟାନକୁ ଜୁଡାମ୍ବ ନିକଟରେ ଧରିଥିଲେ। ଭ୍ୟାନରେ ୬ ଟି ଅତି ନିର୍ମମ ଭାବେ ଗୋରୁ ବୋଝେଇ କରି ଚାଲାଣ ହେଉଥିବାର ଜଣା ଯାଇଛି। ତେବେ ଠାକୁରମୁଣ୍ଡା ଥାନା କେଶ ନଂ ୭୭/୨୦୨୦ ରେ ମାମଲା ରୁଜୁ କରି, ଏହି ଗୋରୁ ଚାଲାଣ ଘଟଣାରେ ପୁଲିସ ଗାଡିର ଡ୍ରାଇଭର ସମେତ ୩ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ତେବ ଏପରି ଅମାନବୀୟ ଭାବେ ଚୋରା ଗୋ ଚାଲାଣ କରୁଥିବା ଗୋ ମାଫିଆଙ୍କୁ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି କରିଛନ୍ତି।

Comments are closed.