ମାର୍ଚ୍ଚ ୪କୁ ଘୁଞ୍ଚିଲା ବଂଶଧାରା ଶୁଣାଣି

ନୂଆଦିଲ୍ଲୀ: ମାର୍ଚ୍ଚ ୩୦ ତାରିଖକୁ ଘୁଞ୍ଚିଛି ବଂଶଧାର ଜଳ ବିବାଦର ଟ୍ରିବ୍ୟୁନାଲ ଶୁଣାଣି। ଆନ୍ଧ୍ର-ଓଡିଶା ମଧ୍ୟରେ ବଂଶଧାର ଜଳ ବିବାଦକୁ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଏହି ଟ୍ରିବ୍ୟୁନାଲ ଓଡିଶା-ଆନ୍ଧ୍ର ମଧ୍ୟରେ ବଂଶଧାର ଜଳ ବିବାଦକୁ ନେଇ ଶୁଣାଣି କରୁଛି । ଅନ୍ୟପଟେ ଓଡିଶା ଟ୍ରିବ୍ୟୁନାଲ ଶୁଣାଣି ସମୟରେ ମାଗିଥିବା ନରେଡି ପ୍ରକଳ୍ପ ଯୁଗ୍ମ ସର୍ଭେ ରିପୋର୍ଟ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲା। ସୁପ୍ରିମକୋର୍ଟ ଓଡିଶା ପକ୍ଷରୁ କରାଯାଇଥିବା ମାମଲାର ଚୁୁଡାନ୍ତ ଶୁଣାଣି ମାର୍ଚ୍ଚ ୪ରେ କରିବାପାଇଁ ସମୟ ଧାର୍ଯ୍ୟ କରି ବା ପରେ ଟ୍ରିବ୍ୟୁନାଲ ତାର ଶୁଣାଣି ପାଇଁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।ସୁପ୍ରିମକୋର୍ଟ ଚୁୁଡାନ୍ତ  ରାୟ ପ୍ରକାଶ କରିବା ପରେ ଟ୍ରିବ୍ୟୁନାଲ ତାର ଶୁଣାଣି କରିବ ବୋଲି ଜଣାପଡିଛି।

ଓଡିଶା-ଆନ୍ଧ୍ର ବଂଶଧାର ଜଳ ବିବାଦକୁ ନେଇ ମାମଲା ହୋଇଥିଲା। ଆଜି ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ପକ୍ଷ ରଖିବାକୁ ସମୟ ମାଗିଛନ୍ତି ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର। ଓଡିଶା ନିଜ ପକ୍ଷ ରଖିବାକୁ ୨ ଦିନ ସମୟ ମାଗିଥିବା ସମୟରେ ଆନ୍ଧ୍ରପ୍ରଦେଶ ନିଜ ପକ୍ଷ ରଖିବା ପାଇଁ ୩ ଘଣ୍ଟା ସମୟ ମାଗିଛି । ଏହି ମାମଲାର ଚୁଡାନ୍ତ ଶୁଣାଣି ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ହେବ ବୋଲି ଜଣାପଡିଛି । ସୁପ୍ରିମକୋର୍ଟ ଏବଂ ଟ୍ରିବ୍ୟୁନାଲରେ ବଂଶଧାରା ଜଳ ବିବାଦର ଶୁଣାଣି ଭିନ୍ନ ଭିନ୍ନ କରାଯିବ। ୨୦୧୭ରେ ଟ୍ରିବ୍ୟୁନାଲଙ୍କ ଚୁଡାନ୍ତ ରାୟ ବିରୋଧରେ ଓଡିଶା ଏସଏଲପି କରିଛି। ୨୦୧୯ରେ ଟ୍ରିବ୍ୟୁନାଲଙ୍କ ଯୁଗ୍ମ ସର୍ଭେ ନିର୍ଦେଶକୁ ଓଡିଶା ବିରୋଧ କରିଥିଲା।

 

Comments are closed.