ଏହି ମନ୍ଦିରରେ ଦେବୀଙ୍କ ମୂର୍ତ୍ତିରୁ ବାହାରିଥାଏ ଝାଳ

0

ଦେବଭୂମି କୁହାଯାଉଥିବା ହିମାଚଳ ପ୍ରଦେଶରେ ପ୍ରସିଦ୍ଧ ଓ ମାନ୍ୟତାପ୍ରାପ୍ତ ବହୁ ତୀର୍ଥସ୍ଥାନ ରହିିଛି। ଏହାସହ ଏଠାରେ ଥିବା ବହୁ ଦର୍ଶନୀୟ ସ୍ଥାନ ପାଇଁ ପର୍ଯ୍ୟଟକଙ୍କ ଗହଣରେ ଏହା ଖୁବ୍‍ ଚର୍ଚ୍ଚିିତ। ଏହାର ଐତିହ ଓ ପ୍ରସିଦ୍ଧିକୁ ଆହୁରି ବର୍ଦ୍ଧିତ କରୁଛି ଏଠାକାର ଚମ୍ବା ଜିଲା ସ୍ଥିତ ପ୍ରସିଦ୍ଧ ଦେବୀପିଠ ମା’ଭଲେଇଙ୍କ ମନ୍ଦିର। ଏହି ମନ୍ଦରରେ ସବୁବେଳେ ଭକ୍ତଙ୍କ ଭିଡ଼ ଦେଖା ଯାଇଥାଏ, ହେଲେ ନବରାତ୍ରୀ ସମୟରେ ଏଠାରେ ବିଶେଷ ଆଡ଼ମ୍ବର ଦେଖା ଯାଇଥାଏ।
ଏହି ମନ୍ଦିରର ଏକ ଅଦ୍ଭୁତ ବିଶେଷତ୍ୱ ଭକ୍ତମାନଙ୍କୁ ଏଠାକୁ ଟାଣି ଆଣିଥାଏ। କୁହାଯାଏ ଯେ ଏହି ମନ୍ଦିରରେ ଥିବା ଦେବୀ ମା’ଙ୍କର ମୂର୍ତ୍ତିରୁ ଝାଳ ବହାରିଥାଏ। ଏହାସହ ବିଶ୍ୱାସ ରହିଛି ଯେ ଯେଉଁ ସମୟରେ ଦେବୀଙ୍କ ମୂର୍ତ୍ତିରୁ ଝାଳ ବାହାରିଥାଏ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଠାକାର ପୂଜକଙ୍କ କହିବା ଅନୁସାରେ ଦେବୀ ମା’ ଏହି ଗାଁ’ରେ ପ୍ରକଟ ହୋଇଥିଲେ। ଏହାପରେ ଏହି ମନ୍ଦିରର ନିର୍ମାଣ କରା ଯାଇଥିଲା।

Leave A Reply