ରଙ୍ଗ ଦେବ ଭଲ ପାଇବାର ବାର୍ତ୍ତା

0

ଭ୍ୟାଲେନଟାଇନ ଡ଼େ ହେଉଛି ଏକ ନୂତନ ସଂପର୍କର ଦିନ। ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମାତ୍ର ମୁଖ୍ୟତଃ ଏହା ପ୍ରେମ ସଂପର୍କକୁ ଏକ ନୂଆ ଦିଗ ପ୍ରଦର୍ଶନ କରିଥାଏ। ଯୁବପିଢୀମାନେ ଏହି ଦିନକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଆନ୍ତି। ସାଥି ପାଇଁ ବିଭିନ୍ନ ପ୍ରକାରର ଉପହାର, ଚକୋଲେଟ ମଧ୍ୟ ଆଣି ଥାଆନ୍ତି। ନିଜ ସଂପର୍କକୁ ସୁଦୃଢ କରିବା ପାଇଁ ପରସ୍ପର ମଧ୍ୟରେ ଉତ୍ତମ ଚିନ୍ତାଧାରା ସୃଷ୍ଟି କରିଥାଆନ୍ତି। ଏହି ଦିନରେ ପୋଷାକ ରଙ୍ଗର ମଧ୍ୟ ବିଶେଷତ୍ୱ ରହିଛି। ଜାଣନ୍ତୁ, ଭ୍ୟାଲେନଟାଇନ ଡେ ରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ତାହାର କ’ଣ ରହିଛି ବିଶେଷତ୍ୱ ….
ନୀଳ ରଙ୍ଗ – ଆପଣଙ୍କୁ ଯଦି ସାଥି ମିଳିନାହିଁ। ଏହି ଦିନରେ ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ। ଆପଣଙ୍କୁ ସାଥି ନିଶ୍ଚୟ ମିଳିବ।
ସୁବଜ ରଙ୍ଗ – ଆପଣ ନିଜ ସାଥି ପାଇଁ ବେଶ ଆଶାବାଦୀ।
ଲାଲ ରଙ୍ଗ – ଯଦି ଆପଣଙ୍କ ସାଥି ଏହି ରଙ୍ଗ ପରିଧାନ କରନ୍ତି ତେବେ ଜାଣନ୍ତୁ ସେ ଆପଣଙ୍କୁ ଖୁବ ଭଲ ପାଆନ୍ତି।
କଳା ରଙ୍ଗ – ଆପଣଙ୍କ ସାଥି ଯଦି କଳା ରଙ୍ଗର ପୋଷାକ ପିନ୍ଧିଥାଆନ୍ତି, ତେବେ ଜାଣନ୍ତୁ ସେ ଆପଣଙ୍କୁ ନିଜ ମନର କଥା ଜଣାଇବେ।
ଧଳା ରଙ୍ଗ – ନିଜ ସାଥି ପ୍ରତି ଖୁବ ସଚ୍ଚୋଟ ଓ ଗଭୀର ଭଲ ପାଇବା ଥାଏ।
କମଳା ରଙ୍ଗ – ନିଜ ଭଲ ପାଇବାକୁ ସାଥିଙ୍କୁ ଜଣାଇବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି।
ଗୋଲାପି – ଆପଣଙ୍କ ସାଥି ପାଇଁ ଆପଣ ତାଙ୍କର ସମ୍ପୂର୍ଣ୍ଣ ଦୁନିଆ।
ବାଇଗଣୀ – ଯଦି ଆପଣଙ୍କ ସାଥି ବାଇଗଣୀ ରଙ୍ଗ ପୋଷାକ ପିନ୍ଧିଥାଆନ୍ତି, ଜାଣନ୍ତୁ ଆପଣଙ୍କ ସାଥି ପାଇଁ ଗଭୀର ଭଲ ପାଇବା ରହିଛି।

Leave A Reply